ସଂଚାର ବ୍ୟୁରୋ: ସୁଟକେଶ୍ ଭିତରେ ୯ ବର୍ଷର ଝିଅର ମୃତଦେହ । ଦିଲ୍ଲୀର ଏକ ବନ୍ଦ ଫ୍ଲାଟରୁ ଏହି ମୃତଦେହ ମିଳିଛି। ଦିଲ୍ଲୀ ନେହରୁ ବିହାରର ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତ ରାତିରେ ଝିଅଟି ନିଖୋଜ ହୋଇଥିଲା। ପାଖ ଘରକୁ ଯାଇ ସେ ବହୁ ସମୟ ଧରି ଫେରିନଥିଲା। ପରିବାର ଲୋକେ ଖୋଜାଖୋଜି କରିବା ପରେ ପାଖ ଆପାର୍ଟମେଣ୍ଟର ଦ୍ଵିତୀୟ ମହଲାରେ ଏକ ଫ୍ଲାଟ ବନ୍ଦ ଥିବା ଜଣାପଡ଼ିଥିଲା। ସେହି ଫ୍ଲାଟର କବାଟ ଭାଙ୍ଗି ଘରେ ପ୍ରବେଶ କରିବା ଏକ ବନ୍ଦ ସୁଟକେଶରେ ଝିଅକୁ ଅଚେତ ଅବସ୍ଥାରେ ପରିବାର ଲୋକେ ପାଇଥିଲେ। ହସପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଝିଅର ମୁହଁରେ ଆଘାତ ଲାଗିଛି। ସନ୍ଦେହ କରାଯାଉଛି, ତାକୁ ଯୌନ ନିର୍ଯାତନା ଦିଆଯାଇଛି। ପୋକସୋ ଓ ବିଏନଏସ୍ ର ବିଭିନ୍ନ ଦଫା ଲଗାଇ ତଦନ୍ତ କରୁଛି ପୋଲିସ । … ସେହି ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ଇଷ୍ଟ ଦିଲ୍ଲୀ ଡିସିପି ଆଶିଷ ମିଶ୍ରା କହିଛନ୍ତି, ନାବାଳିକାକୁ ଯୌନ ନିର୍ଯାତନା ଦିଆଯାଇଛି। ହତ୍ୟା ଓ ଦୁଷ୍କର୍ମ ଧାରା ଲଗାଇ ରୁଜୁ କରିଛୁ ମାମଲା। ସେହି ଫ୍ଲାଟକୁ ସିଲ୍ କରାଯିବା ସହିତ ଫୋରେନସିକ୍ ଓ ତଦନ୍ତକାରୀ ଟିମ୍ ପ୍ରମାଣ ସଂଗ୍ରହ କରିଛନ୍ତି। ତଦନ୍ତ ବେଳେକୁ ଏହାକୁ ଉପଯୋଗ କରାଯିବ। …