Wednesday, April 1, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ପନ୍ତ- ପଟେଲ ଲଢେଇ

Sanchar Live by Sanchar Live
April 1, 2026
in କ୍ରୀଡ଼ା
0
ଆଜି ପନ୍ତ- ପଟେଲ ଲଢେଇ
0
SHARES
7
VIEWS
FacebookTwitter

ଚଳିତ ଆଇପିଏଲ୍‌ରେ ଆଜି ପଞ୍ଚମ ଲିଗ୍ ମୁକାବିଲା ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱାଧିନ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଗତ ସିଜନରେ ଉଭୟ ଦଳ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିଥିଲେ । ମାତ୍ର ଏଥର ଫାଇନାଲ୍ ଖେଳିବାର ଆଶା ନେଇ ଉଭୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବେ ।

ପୂର୍ବରୁ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ଦିଲ୍ଲୀ ୪ଟି ମ୍ୟାଚ ଜିତିଥିବାବେଳେ ଲକ୍ଷ୍ନୌ ୩ଟି ମ୍ୟାଚରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ ଓ ଉଭୟ ମ୍ୟାଚରେ ଦିଲ୍ଲୀ ବିଜୟୀ ହୋଇଥିଲା । ଉଭୟ ଦଳ ଜଣେ ଲେଖାଏଁ ପ୍ରମୁଖ ଖେଳାଳିଙ୍କ ବିନା ଆଜି ଗ୍ରାଉଣ୍ଡକୁ ଓହ୍ଲାଇବେ । ଲକ୍ଷ୍ନୌ ଦଳର ସ୍ପିନର ୱାନିଣ୍ଡୁ ହସରଙ୍ଗା ଆହତ ଅଛନ୍ତି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ତାଙ୍କୁ ଏପର୍ଯ୍ୟନ୍ତ ଭାରତ ପଠାଇ ନାହିଁ । ସେହିପରି ଦିଲ୍ଲୀ ଦଳର ପେସ୍ ବୋଲର ମିଚେଲ ଷ୍ଟାର୍କ ଆହତ ଥିବାରୁ ଭାରତ ଆସି ନାହାନ୍ତି । ପନ୍ତଙ୍କ ବ୍ୟାଟିଂ ସ୍ଥାନକୁ ନେଇ ଉତ୍ସୁକତା ଲାଗି ରହିଛି । ସେ ଗତ ବର୍ଷ ଅନ୍ତିମ ଲିଗ୍ ମ୍ୟାଚରେ ୩ନଂ ସ୍ଥାନରେ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ମାତ୍ର ଏହି ସ୍ଥାନରେ ନିକୋଲାସ ପୂରନ ଢ଼େର ରନ୍ ସଂଗ୍ରହ କରିସାରିଛନ୍ତି । ଦିଲ୍ଲୀ ମଧ୍ୟ ୩ନଂ ସ୍ଥାନକୁ ନେଇ ପରୀକ୍ଷା ନିରୀକ୍ଷା କରିବା ସମ୍ଭାବନା ରହିଛି । ନୀତିଶ ରାଣାଙ୍କୁ ଆଜି ଏହି ସ୍ଥାନରେ ଖେଳାଇବା ପାଇଁ ଦିଲ୍ଲୀ ଚିନ୍ତା କରୁଛି । ସେ ଗତ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟିରେ ଏହି ସ୍ଥାନରେ ବ୍ୟାଟିଂ କରି ଦିଲ୍ଲୀ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଥିଲେ ।

ଆଜି ସମସ୍ତଙ୍କ ନଜର ଲକ୍ଷ୍ନୌର ଦୁଇ ପେସ୍ ବୋଲର ମହମ୍ମଦ ସାମି ଓ ମୟଙ୍କ ଯାଦବଙ୍କ ଉପରେ ରହିବା ନିଶ୍ଚିତ । ସାମି ଗତ ସିଜନରେ ଘରୋଇ କ୍ରିକେଟ୍‌ରେ ଘାତକ ବୋଲିଂ କରିଥିଲେ ହେଁ ଭାରତୀୟ ଦଳକୁ ଫେରି ପାରିନଥିଲେ । ରଣଜୀ ଟ୍ରଫିରୁ ଆରମ୍ଭ କରି ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ପର୍ଯ୍ୟନ୍ତ ସବୁ ଫର୍ମାଟ୍‌ରେ ତାଙ୍କ ପ୍ରଦର୍ଶନ ବେଶ୍ ଉନ୍ନତ ରହିଥିଲା । ଏଥର ଆଇପିଏଲ୍ ଜରିଆରେ ସେ ପୁଣି ଥରେ ଚୟନକର୍ତ୍ତାଙ୍କୁ ଭୁଲ ପ୍ରମାଣିତ କରିବାକୁ ପ୍ରୟାସ କରିବେ । ସେହିପରି ମୟଙ୍କ ଯାଦବ ଫିଟ୍ ହୋଇ ଫେରିଛନ୍ତି ଓ ପୂର୍ବ ଲୟ ଫେରି ପାଇଛନ୍ତି ।

ଦିଲ୍ଲୀ ପକ୍ଷରୁ ପେସ୍ ବୋଲର ଆକିବ ନବିଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ଗତ ରଣଜୀ ଟ୍ରଫିରେ ୬୦ଟି ୱିକେଟ୍ ନେଇ ଜମ୍ମୁ ଓ କାଶ୍ମୀରକୁ ଚାମ୍ପିଅନ କରାଇଥିଲେ । ଆଜିର ମ୍ୟାଚ ପାଇଁ ଏକ ନାଲି ମାଟି ପିଚ୍ ପ୍ରସ୍ତୁତ କରାଯାଇଛି । ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥିଲେ ହେଁ ପେସ୍ ବୋଲରମାନେ ପ୍ରାରମ୍ଭରୁ ଫାଇଦା ଉଠାଇ ପାରିବେ । ଏହି ପିଚ୍‌ରେ ବଲ୍ ଅତିରିକ୍ତ ବାଉନ୍ସ ହେବା ନିଶ୍ଚିତ । ରାତ୍ରିରେ ମ୍ୟାଚ ଖେଳା ଯାଉଥିବାରୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।​​​​​​​

ସମ୍ଭାବ୍ୟ ଦଳ

ଲକ୍ଷ୍ନୌ ଏକାଦଶ: ମିଚେଲ ମାର୍ଶ, ଆଡେନ ମାରକ୍ରମ, ନିକୋଲାସ ପୂରନ, ରିଷଭ ପନ୍ତ (ଅଧିନାୟକ), ଆୟୂଷ ବାଦୋନି, ଅବଦୁଲ ସମଦ, ଅକ୍ସତ ରଘୁବଂଶୀ/ହିମତ ସିଂହ, ସାହବାଜ ଅହମ୍ମଦ, ମହମ୍ମଦ ସାମି, ମୟଙ୍କ ଯାଦବ, ଦିଗବେଶ ରାଠି, ଇମ୍ପାକ୍ଟ ସବ୍: ଆନରିଚ ନର୍ଜ ।

ଦିଲ୍ଲୀ ଏକାଦଶ: କେଏଲ ରାହୁଲ, ପଥୁମ ନିଶଙ୍କା, ନୀତିଶ ରାଣା, ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର ପଟେଲ (ଅଧିନାୟକ), ଡେଭିଡ୍ ମିଲର, ଆଶୁତୋଷ ଶର୍ମା, ବିପ୍ରଜ ନିଗମ, ଆକିବ ନବି, ଦୁଷ୍ମନ୍ତ ଚାମୀରା, କୁଲଦୀପ ଯାଦବ, ଇମ୍ପାକ୍ଟ ସବ: ଟି ନଟରାଜନ ।

Tags: cricketIPL 2026Lsg vs dc
ShareTweetShareSend
Sanchar Live

Sanchar Live

Next Post
ଦିନଦ୍ଵିପହରେ ମାତିଛନ୍ତି କିଡ୍‌ନୀ ପ୍ରତିରୋପଣ ରାକେଟ

ଦିନଦ୍ଵିପହରେ ମାତିଛନ୍ତି କିଡ୍‌ନୀ ପ୍ରତିରୋପଣ ରାକେଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଦେଶରେ ଆରମ୍ଭ ହେବ ଜନଗଣନା
  • ଆଜିଠୁ ସୁଭଦ୍ରା ଯୋଜନା ନୂତନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ
  • ବରମୁଣ୍ଡା ବସଷ୍ଟାଣ୍ଡରେ ଘରୋଇ ବସରେ ନିଆଁ
  • ଏହି କାରଣରୁ ଜରିମାନା ଦେବେ ଶ୍ରେୟସ
  • ଦିନଦ୍ଵିପହରେ ମାତିଛନ୍ତି କିଡ୍‌ନୀ ପ୍ରତିରୋପଣ ରାକେଟ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.