ସଂଚାର ବ୍ୟୁରୋ: ଦଶପଲ୍ଲା ବନ୍ୟାଞ୍ଚଳ ସାକେଣୀ କେନ୍ଦୁପତ୍ର ଫଡ଼ିରେ ବଡ଼ ଧରଣର ଡକାୟତି। ବନ୍ଧୁକ ଦେଖାଇ ଲୁଟିନେଲେ ବସ୍ତା ବସ୍ତା କେନ୍ଦୁପତ୍ର। ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ଫଡିରେ ପତ୍ର ବାନ୍ଧିବା ସହ ଭଲ ପତ୍ର ଗୁଡିକୁ ବାଛି ରଖା ଯାଉଥିଲା। ଏହି କାମରେ ପ୍ରାୟ ୮ଜଣ ସଦସ୍ୟ ନିୟୋଜିତ ଥିଲେ। ବିଳମ୍ବିତ ରାତିରେ ଏକ ପିକଅପ୍ ଭ୍ୟାନରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଫଡି ଭିତରେ ପଶିଥିଲେ। ବନ୍ଧୁକ ଦେଖାଇ କର୍ମଚାରୀ ମାନଙ୍କୁ ଏକ ଘରେ ବନ୍ଦ କରିଥିଲେ। ପତ୍ର ଫଡ଼ି ରୁ ବସ୍ତା ବସ୍ତା ପତ୍ର, ୨ଟି ମୋବାଇଲ ଫୋନ, କର୍ମଚାରୀଙ୍କ ଦରମା ଟଙ୍କା ୭ ହଜାର ଲୁଟ୍ କରି ନେଇଥିବା ଜଣା ପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।