ସଂଚାର ବ୍ୟୁରୋ: ଭାଙ୍ଗିଲା ଗଙ୍ଗାହାର ନଦୀର ଆଡିବନ୍ଧ । ନଦୀବନ୍ଧ ଭାଙ୍ଗି ତଳିଆ ଅଞ୍ଚଳରେ ଲହଡି ମାରୁଛି ବନ୍ୟାଜଳ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଚେଙ୍ଗୁଆ-ମଙ୍ଗଳପୁର ଗାଁ ନିକଟରେ ନଦୀବନ୍ଧ ଭାଙ୍ଗି ବନ୍ୟା ଜଳ ପ୍ରବେଶ କରି ଚାଷଜମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏହା ସହିତ ବୈଶିଙ୍ଗା-ଉଦଳା ରାସ୍ତାର ମାଣିତ୍ରୀ ନିକଟ ରାସ୍ତାରେ ୩ ଫୁଟର ବନ୍ୟାପାଣି ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏବେ ସୁଦ୍ଧା ପ୍ରଶାସନର ଦେଖାନଥିବା ଗ୍ରାମବାସୀ ପକ୍ଷରୁ ଅଭିଯୋଗ ହେବା ସହ ଅପରାହ୍ନ ବେଳକୁ ବନ୍ୟାଜଳ କମିବ ବୋଲି ମୟୂରଭଞ୍ଜ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।