ସଂଚାର ବ୍ୟୁରୋ: ବଢ଼ିଲା ବାତ୍ୟା ଆଶଙ୍କା। ଉତ୍ତର ଆଣ୍ଡାମାନ ସାଗରରେ ଏକତ୍ରିତ ହେଉଛି ବାଦଲ ଖଣ୍ଡ। ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ଆଲର୍ଟ ଜାରି କରାଯାଇଛି। ପ୍ରାକ ଆକଳନରେ ଏନେଇ ସୂଚନା ଦେଇଛନ୍ତି ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍। ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ୨୨ ତାରିଖ ମଧ୍ୟରେ ନେବ ଲଘୁଚାପର ରୂପ। କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଖପାଖରେ ସୃଷ୍ଟି ହେବ ଲଘୁଚାପ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ। ଆହୁରି ଘନୀଭୂତ ହେବା ନେଇ ପାଗ ଅନୁକୂଳ ରହିଛି। ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ ନେଇ ଆକଳନ କରାଯାଇଛି। ବାତ୍ୟାର ତୀବ୍ରତା ଏବଂ ଗତିପଥ ହୋଇନି ସ୍ପଷ୍ଟ। ଓ୍ବିଣ୍ଡିର ଆକଳନ ଗୋପାଳପୁର ନିକଟରେ ଅତିକ୍ରମ କରିବ ସ୍ଥଳଭାଗ। ଘଣ୍ଟାପ୍ରତି ବହିବ ୧୦୦ ରୁ ୧୨୦ କିଲୋମିଟର ବେଗରେ ପବନ। ୨୩ ତାରିଖରୁ ଉପକୂଳ ଉତ୍ତର ଓଡିଶାରେ ଆରମ୍ଭ ହେବ ବର୍ଷା।