ସଂଚାର ବ୍ୟୁରୋ: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଡିଜିିଟାଲ ଆରେଷ୍ଟ କରି ୧୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଘଟଣା। ମାମଲାରେ ୨ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ସାଇବର ପୋଲିସ। ଗୁଜରାଟରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭୁତାୟା ଜେନିଲ ଜୟସୁଖଭାଇ ଓ ବିଶ୍ଵଜିତସିଂ ଗୋହିଲ। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଗୁଜରାଟରୁ ବ୍ରହ୍ମପୁର ଅଣାଯାଉଛି। ଡିଜିଟାଲ ଆରେଷ୍ଟ ଠକେଇ ନେଇ ଅଧିକ ପଚରାଉଚରା କରିବା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଇଡି ଅଫିସର କହି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କଠାରୁ ଠକି ନେଇଥିଲେ ୧୪ ଲକ୍ଷ ଟଙ୍କା। ଠକେଇର ଶୀକାର ହେବା ପରେ ବ୍ରହ୍ମପୁର ସାଇବର ଥାନାର ଦ୍ଵାରସ୍ଥ ହୋଇଥିଲେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ। ଅଭିଯୁକ୍ତଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଡକ୍ଟର ଶ୍ରବଣା ବିବେକ ଏମ।