ସଂଚାର ବ୍ୟୁରୋ: ବଲାଙ୍ଗୀର ପୋଲିସକୁ ସଫଳତା l ଲୋନ କରେଇଦେବା ନାଁରେ ଠକେଇ କରିଥିବା ୩ ଜଣ ସାଇବର ଠକଙ୍କୁ ଗିରଫ କଲା ପୋଲିସ I ବରଗଡ଼ ବନ୍ଧନ ବ୍ୟାଙ୍କର ଏଜେଣ୍ଟ ସହ ଯାଜପୁର ଓ ଖୋର୍ଦ୍ଧାର ୩ ଜଣ ଠକଙ୍କୁ ଗିରଫ କରାଯାଇଛି I ଋଣ କରାଇଦେବା ପାଇଁ ଆବେଦନ କରିଥିବା ଲୋଇସିଙ୍ଗାର ନବକିଶୋର ନାଏକଙ୍କ ନାଁରେ କୋଟିଏରୁ ଉର୍ଦ୍ଧ ଟଙ୍କା ଟ୍ରାନ୍ସଫର କରାଯାଇଛି I ବିହାରର ସାଇବର ଅପରାଧିଙ୍କ ସହ ମିଶି ଠକେଇ ଚାଲିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି I ଗିରଫ ଠକମାନେ ହେଲେ ବରଗଡ଼ର ବନ୍ଧନ ବ୍ୟାଙ୍କ୍ ଏଜେଣ୍ଟ ସର୍ଜନ ଭୁଏ, ଯାଜପୁରର ପ୍ରଜ୍ଞାପ୍ରସନ୍ନ ଜେନା ଓ ଖୋର୍ଦ୍ଧାର ଅଜୟ ରଞ୍ଜନ ଦାସ I ଅଭିଯୁକ୍ତମାନଙ୍କ ଠାରୁ ୮ ଟି ଏଟିଏମ, ୪ଟି ପାସବୁକ, ୫ଟି ମୋବାଇଲ ଓ ଗୋଟିଏ କାର ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସଡିପିଓ ପ୍ରଦୀପ ସାହୁଙ୍କ ସୂଚନା ଦେଇଛନ୍ତି I