ସଂଚାର ବ୍ୟୁରୋ: ବୋରିଗୁମ୍ମା ବ୍ଲକ ଅଫିସ ନିକଟ ସାଇବର କାଫେ ଉପରେ ପୋଲିସର ଚଢ଼ାଉ । କାଫେରୁ କମ୍ପ୍ଯୁଟର, ସିପିୟୁ ଜବତ କରି ସିଲ୍ କରିଛି ପୋଲିସ । ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପଞ୍ଜୀକରଣ ପାଇଁ ୧୦୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା । ବୋରିଗୁମ୍ମା ବିଡ଼ିଓ ସନ୍ଧ୍ୟାରାଣୀ ସମରଥ ଅଭିଯୋଗ କରିବା ପରେ ପୋଲିସ ଏସଡିପିଏ ତପସ୍ବୀନି କଅଁରଙ୍କ ନେତୃତ୍ବରେ ଚଢ଼ାଉ କରିଥିଲା ପୋଲିସ୍ । କାଫେ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସମ୍ପୃକ୍ତ କାଫେ ମାଲିମ କୁନ୍ଦ୍ରା ବ୍ଲକର ଜଣେ ବ୍ୟକ୍ତିଙ୍କ ଆଇଡି ବ୍ୟବହାର କରି ବୋରିଗୁମ୍ମା ବ୍ଲକରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପଞ୍ଜୀକରଣ କରୁଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।