ସଂଚାର ବ୍ୟୁରୋ: ଆସୁଛନ୍ତି ଜଗତଜନନୀ ମା ଦୁର୍ଗା। ମାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ରୌପ୍ୟ ନଗରୀ କଟକ । ରୀତି ନୀତି ଅନୁସାରେ ମାଆଙ୍କ ପାଇଁ ମାଟି ଉଠାଣ ପରେ ତତ୍ପର ହୋଇଛନ୍ତି ମୂର୍ତ୍ତି କାରିଗର। ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି କାରିଗର। ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣରେ ନିମଗ୍ନ କାରିଗର।
କେଉଁଠି ଏକ ମାଟିଆ ସରି ଦୋ ମାଟିଆ କାମ ଚାଲିଛି ତ ଆଉ କେଉଁଠି ଦୋମାଟିଆ ସରିଲାଣି। କଟକ ସହରର ୨୯ଟି ମଣ୍ଡପରେ ଚାନ୍ଦିମେଢ ଶୋଭା ପାଉଥିବାବେଳେ ଏବେ ଏସବୁ ମଣ୍ଡପରେ ଚାନ୍ଦି ଗହଣା ସବୁର ପଲିସ କାମ ଚାଲିଛି। ଦୁର୍ଗା ପୂଜା ପାଖେଇ ଆସୁଥିବାରୁ କାରିଗର ମାନେ ଜୋରସୋରରେ ଲାଗି ପଡିଛନ୍ତି। ଅନ୍ୟପଟେ ବଡ ବଡ ତୋରଣ ପାଇଁ ବାଉଁଶ ବନ୍ଧା କାମ ଜୋରସୋରରେ ଚାଲିଛି।