ସଂଚାର ବ୍ୟୁରୋ: କଟକର ଆରାଧ୍ୟ ଦେବୀ ମାଆ କଟକ ଚଣ୍ଡୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଆଗେଇ ଚାଲିଛି । ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମନ୍ଦିର ପ୍ରାଙ୍ଗଣରେ ନବନିର୍ମିତ ଶିବ ମନ୍ଦିର ସହ ଅନ୍ୟାନ୍ୟ ପାର୍ଶ୍ବ ଦେବଦେବୀ ଲକ୍ଷ୍ମୀ ନାରାୟଣ, ହନୁମାନ ଓ ସୂର୍ଯ୍ୟ ଦେବତାଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଛି । ପାରମ୍ପରିକ ରୀତି ନୀତି ଅନୁସାରେ ମନ୍ତ୍ର ପାଠ, ହୋମ ଓ ପୂଜା ନୀତି ସହ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ତତ୍ବାବଧନାରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତୀ କରାଯାଉଥିବା ବେଳେ, ଆଜି ପୂର୍ବ ନିର୍ଘଣ୍ଟ ପୂଜା ବିଧାନ ଓ ସୂଚୀ ଅନୁଯାୟୀ ଏହି ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।