ସଂଚାର ବ୍ୟୁରୋ: କଟକ ଖାନନଗର ନିକଟ କାଠଯୋଡ଼ି ନଦୀରେ ବୁଡ଼ି ଦୁଇ ନାବାଳକ ନିଖୋଜ । ଆଜି ସଂକୀର୍ତ୍ତନ ପାଇଁ କଟକ ଭଗତପୁର ବଗଳା ଲେନର ସଂକୀର୍ତ୍ତନ ମଣ୍ଡଳୀ ଖାନନଗର ବୁରୁଜ ମୁଣ୍ଡ ନିକଟକୁ ବାହାରିଥିଲେ । ସାହିର ମୁରବୀ ମାନେ ପଛରେ ଆସୁଥିବା ବେଳେ କିଛି ନାବାଳକ ପ୍ରଥମେ କାଠଯୋଡ଼ିରେ ପହଞ୍ଚି ଗାଧୋଇବା ସହ ନଈ ପାଣିରେ ବଲ୍ ଖେଳୁଥିଲେ । ହଠାତ ୧୨ ବର୍ଷିୟ ନାବାଳକ ଓମ ଆୟୁଷ ବାରିକ ପାଣିରେ ବୁଡ଼ି ଯାଇଥିଲେ । ଠିକ ଏହି ସମୟରେ ୧୫ବର୍ଷର ନାବାଳକ ଓମ ପ୍ରକାଶ ମହାରଣା ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ହେଲେ ଅଚନାକ ଦୁଇଜଣ ଯାକ ପାଣିରେ ବୁଡ଼ି ନିଖୋଜ ହୋଇଛନ୍ତି । ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ନମିଳିବାରୁ ଅଗ୍ନିଶମର ଆଉ ଏକ ଟିମ ସେଠାରେ ପହଞ୍ଚି ହୁକ୍ ସାହାଯ୍ୟରେ ଖୋଜିଥିଲେ । ସେଥିରେ ସଫଳ ନହେବାରୁ ଅଗ୍ନିଶମ ବାହିନୀ ସ୍କୁବା ଡ଼୍ରାଇଭର ଡ଼ାକି ଖୋଜାଖୋଜି ଜାରି ରଖିଛି ।

