ସଂଚାର ବ୍ୟୁରୋ: କଟକ ମହାନଦୀ କାଳିଆ ବୋଦା ଘାଟରୁ ନାବାଳକର ମୃତଦେହ ଉଦ୍ଧାର। ମୃତକ ହେଲେ କଟକ ମଙ୍ଗଳାବାଗ ଅଞ୍ଚଳର ୧୩ ବର୍ଷୀୟ ନାବାଳକ ଗତେଶ୍ବର ଓଝା । ଗତକାଲି କ୍ରିକେଟ୍ ମ୍ୟାଚ ଦେଖିବାକୁ କହି ନୂଆ ବଜାର ଅଞ୍ଚଳକୁ ଯାଇଥିଲେ। ହେଲେ ସନ୍ଧ୍ୟା ହୋଇଥିଲେ ସୁଦ୍ଧା ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲା ।
ନାବାଳକଙ୍କୁ ନପାଇବାରୁ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଆଜି କାଳିଆ ବୋଦା ଘାଟରୁ ଗତେଶ୍ବରଙ୍କ ମୃତଦେହ ଉଦ୍ଧାର ହୋଇଛି । ଜୋବ୍ରା ପାର୍କ ନିକଟରେ ନାବାଳକଙ୍କ ସାଇକେଲ, ଚପଲ ଓ ସାର୍ଟ ମିଳିଛି । ନାବାଳକ ଜଣକ ନଦୀକୁ ଗାଧୋଇବା ପାଇଁ ଯାଇ ବୁଡି ଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ତଦନ୍ତ ଚଳାଇଛି ।