କଟକ ରେଭେନସା ସରକାରୀ ବାଳିକା ବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀ ମୃତ୍ୟୁ ମାମଲାର ଉପଯୁକ୍ତ ତଦନ୍ତ ଦାବି । ଢେଙ୍କାନାଳ ଗଁଦିଆ ଆମ୍ବପଡାର ଦଶମ ଶ୍ରେଣୀ ଛାତ୍ରୀ ଶୁଭସ୍ମୀତା ଦାସଙ୍କ ମୃତ୍ୟୁର ସଠିକ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପରିବାର । ନ୍ୟାୟ ପାଇଁ ପରିବାର ଲୋକ ଡିସିପିଙ୍କୁ ଭେଟିଛନ୍ତି। ଝିଅ କୁ ବିଭିନ୍ନ ସମୟରେ ଜଣେ ହଷ୍ଟେଲ ୱାଡେନ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ ଆଣିଛନ୍ତି । ସେ ହିଁ ଶୁଭସ୍ମୀତାର ମୃତ୍ୟୁ ପାଇଁ ଦାୟୀ ବୋଲି କହିଛନ୍ତି ପରିବାର । ବିଭିନ୍ନ ବିଶୃଙ୍ଖଳା ଓ ଅବ୍ୟବସ୍ଥା ବିରୁଦ୍ଧରେ ବାରମ୍ବାର ସ୍ବର ଉତ୍ତୋଳନ କରୁଥିଲା ଶୁଭସ୍ମୀତା । ତେଣୁ ସେ ଆତ୍ମହତ୍ୟା କରି ନାହିଁ ବରଂ ତାକୁ ମାରି ଦିଆ ଯାଇଛି ବୋଲି ଅଭିଯୋଗ ହୋଇଛି । ତେଣୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ପରିବାର ଲୋକ ଦାବି କରିଛନ୍ତି। କଟକ ଡିସିପି ସେମାନଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିବା ସହ ଏନେଇ ଉପଯୁକ୍ତ ତଦନ୍ତ ହେବ ବୋଲି ପରିବାର ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି।