ସଂଚାର ବ୍ୟୁରୋ: କଟକରେ ଦାୟିତ୍ବ ନେଇଛନ୍ତି ନୂଆ ଡିସିପି ଯୁବ ଆଇପିଏସ ଅଫିସର ଜଗମୋହନ ମୀନା । ପୋଲିସ କମିଶନର କଟକ ଆସି ଡିସିପି, ଅନ୍ଯ ପୋଲିସ ଅଧିକାରୀଙ୍କୁ ଭେଟି ପୋଲିସର ଲୋକଙ୍କ ପ୍ରତି ଭଲ ବ୍ୟବହାର, ଅପରାଧ ହ୍ରାସ ଓ କଟକ ର ଭାଇଚାରା ବଜାଇ ରଖିବା ଉପରେ ଗୁରୁତ୍ବ ଦେଇଛନ୍ତି। କଟକ-କମିଶନରେଟ ପୋଲିସ ରେ ଦୀର୍ଘ ବର୍ଷ ହେବ ପୋଲିସ ଅଧିକାରୀ ଗାଦି ମାଡି ରହିବା ପ୍ରସଙ୍ଗରେ ପୋଲିସ କମିଶନରଙ୍କ ପ୍ରତିକ୍ରିୟା। ଏ ସଂପର୍କରେ ତର୍ଜମା କରାଯିବ। ଅଭିଯୋଗକାରୀଙ୍କ ପ୍ରତି ଭଲ ବ୍ୟବହାର, ଉତ୍ତମ ପ୍ରଦର୍ଶନ ଓ ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ବ୍ୟବହାରର ମାପକାଠି ହେବା ଆବଶ୍ୟକ । ଥାନାକୁ ଆସୁଥିବା ଲୋକଙ୍କୁ 24×7 ଆଧାରରେ ନ୍ୟାୟ ମିଳିବା ଉଚିତ୍ । ଏ ଦିଗରେ ଥାନା ଦାୟୀତ୍ବରେ ଥିବା ଅଧିକାରୀ କର୍ମଚାରୀ କାର୍ଯ୍ୟ କରିବା କଥା। କଟକ ର ନୂଆ ଡିସିପି ଭାବେ 2013 ବ୍ୟାଚ ର ଯୁବ ଆଇପିଏସ ଅଫିସର ଜଗମୋହନ ମୀନା ଦାୟିତ୍ବ ଗ୍ରହଣ କରିଛନ୍ତି। ସେ କଟକ ଡିସିପି ପ୍ରକାଶ ଆର ଙ୍କ ଠାରୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ନେବା ପରେ ମୀନା କଟକ ର ଏଡିସିପି, ଏସିପି, ଥାନାଧିକାରୀ ମାନଙ୍କ ସହ ଏକ ବୈଠକ କରିଛନ୍ତି। ଏଥି ସହିତ ଶାନ୍ତି କମିଟି, ପୂଜା କମିଟି କର୍ମକର୍ତ୍ତାଙ୍କୁ ଭେଟି ପୂଜା ଓ ଆଇନଶୃଙ୍ଖଳା ସଂପର୍କ ରେ ଆଲୋଚନା କରିଥିଲେ।