ସଂଚାର ବ୍ୟୁରୋ: ବେଆଇନ କ୍ରୋମାଇଟ୍ ଖନନ କରୁଥିବା ବେଳେ ମାଡ଼ି ବସିଲା ବନବିଭାଗ । ଯାଜପୁର ଜିଲ୍ଲା ସୁକିନ୍ଦା ବନାଞ୍ଚଳ ଅଧିନ ଭିମଟାଙ୍ଗର ନିକଟ ମହାଗିରୀ ଜଙ୍ଗଲରୁ ଖନନ ହେଉଥିଲା କ୍ରୋମାଇଟ୍ । ବନ ବିବାଗ ଚଢାଉ ଦେଖି ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ଜେସିବି ଓ ଗୋଟିଏ ହାଇଓ୍ବା ଜବତ କରାଯାଇଛି । ଏଥିରେ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ କରାଯାଉଛି । ମହାଗିରୀ ପାହାଡ଼ ପାଦଦେଶରେ ଥିବା ଜଙ୍ଗଲରୁ ବେଆଇନ ଭାବେ କ୍ରୋମାଇଟ୍ ଖନନ ହେଉଥିବା ନେଇ ବନବିଭାଗ ନିକଟରେ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା ।