ସଂଚାର ବ୍ୟୁରୋ: ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ୍ । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ ଘଟିଛି ଘଟଣା । ବିବାହ ପ୍ରତିଶୃତି ଦେଇ ଦୁଷ୍କର୍ମ ପରେ ଯୁବତୀ ଗର୍ଭବତୀ । ତେବେ ବିବାହ ପାଇଁ ମନା କରିବାକୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ । ଅଭିଯୁକ୍ତ ଅଭିମନ୍ୟୁ ନାୟକକୁ ଗିରଫ କରିଛି ପୋଲିସ ।୬ ବର୍ଷରୁ ଉର୍ଦ୍ଧ ହେବ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କମ୍ପାନୀରେ ଉଭୟ ଯୁବକ ଯୁବତୀ କାମ କରୁଥିଲେ । ଉଭୟଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବତୀ ଏବେ ୯ ମାସର ଗର୍ଭବତୀ ଥିବାବେଳେ ଅଭିମନ୍ୟୁ ତାଙ୍କୁ ଭୁଲାଇ ବିଭିନ୍ନ ବାହାନା କରି ବିବାହ କରିବାକୁ ମନା କରିଦେଇଥିଲେ l ତେଣୁ ବାଧ୍ୟ ହୋଇ ଗୋଚ୍ଛାପଡ଼ା ଥାନାର ଦ୍ୱାରସ୍ଥ ହୋଇଥିଲେ ଯୁବତୀ ।