ସଂଚାର ବ୍ୟୁରୋ: ରାତିପାହିଲେ ଆଲୋକର ପର୍ବ ଦୀପାବଳି। ଆଲୋକମୟ ହେବ ପରିବେଶ। ବାଣ ସାଙ୍ଗକୁ ଦୀପ ଦୋକାନରେ ଜମୁଛି ଲୋକଙ୍କ ଭିଡ଼। ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ଛୋଟ ବଡ଼ ଦୀପ ମାର୍କେଟରେ ଉପଲବ୍ଧ ହେଉଛି। ଲିଚୁ ଲାଇଟ ସାଙ୍ଗକୁ ମାଟି ଦୀପର ବେଶ ଚାହିଦା ରହିଛି। ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ନିଜ ଘରକୁ ଆଲୋକମାଳାରେ ସଜାଇବା ପାଇଁ ସମସ୍ତେ ବଜାର ମୁହାଁ ହୋଇଛନ୍ତି। ଗ୍ରାହକଙ୍କୁ ସୁହାଇଲାଭଳି ଦର ରଖିଛନ୍ତି ବ୍ୟବସାୟୀ। ବାଣ ଦୋକାନରେ ମଧ୍ୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଝୁରୁଝରି, ତାଳଫୋଟକା, ରକେଟ ବାଣ, କୁମ୍ପି, ଚକ୍ର ବାଣର ବେଶ ଚାହିଦା ରହିଛି।