ସଂଚାର ବ୍ୟୁରୋ: ମଦ ବିକ୍ରିକୁ ନେଇ ତୁମୁଳ କାଣ୍ଡ । ମଦ କାଉଣ୍ଟର କର୍ମଚାରୀଙ୍କ ମାଡରେ ଯୁବକ ଗୁରୁତର । ଆହାତ ଯୁବକ ହେଲେ ରଘୁନାଥପୁର ପଞ୍ଚାୟତର ତପନ ମଲ୍ଲିକ । ଅଭିଯୋଗ ଅନୁଯାୟୀ ବିଞ୍ଝାରପୁର ମଇଁଦା ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନରେ ମଦ ଚଢା ଦରରେ ବିକ୍ରି କରାଯାଉଥିବା ବେଳେ ଜଣେ ସ୍ଥାନୀୟ ଯୁବକ ଏହାକୁ ପ୍ରତିବାଦ କରିଥିଲେ । ପ୍ରତିବାଦ କାରଣରୁ କାଉଣ୍ଟର କର୍ମଚାରୀମାନେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଯାହାକୁ ନେଇ ସୟଦପୁର ଅଂଚଳର ଶତାଧିକ ମହିଳା ଏହାକୁ ବିରୋଧ କରିବା ସହିତ ଏଠାରେ ମଦ ଦୋକାନ ଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନେଇ କହିଛନ୍ତି । ତେଣୁ ଏହି ମଦ ଦୋକାନକୁ ସମ୍ପୂର୍ଣ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।