ସଂଚାର ବ୍ୟୁରୋ: କପା ମଣ୍ଡିରେ ଚାଷୀ ଓ ସିସିଆଇ କର୍ମଚାରୀ ମୁହାମୁହିଁ । ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ । ପାଟଣାଗଡ ଉପଖଣ୍ଡ ଯୋଗୀମୁଣ୍ଡାରେ ଆଜି କପା ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ମଣ୍ଡି ଉଦଘାଟନ କରଯାଇଥିଲା I କାର୍ଯ୍ୟକ୍ରମରେ ଚାଷୀ ଯୋଗଦେବା ସହ ବିକ୍ରି ପାଇଁ କପା ଆଣିଥିଲେ I ତେବେ ଯେଉଁ ଚାଷୀଙ୍କ ନାଁରେ ଜମି ପଟ୍ଟା ରହିଛି ସେମାନେ ବିକ୍ରି କରିପାରିବେ ବୋଲି କହିଥିଲେ କେନ୍ଦ୍ର ସରକାରଙ୍କ କଟନ୍ କର୍ପୋରେସନ ଅଫ ଇଣ୍ଡିଆ କର୍ମଚାରୀ ଇ
ଯାହାକୁ ନେଇ ମଣ୍ଡିରେ ଅସନ୍ତୋଷ ପ୍ରକାଶ ପାଇଥିଲା ଓ ସିସିଆଇ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା I ପ୍ରତିବାଦରେ ଚାଷୀ ନେତା ଯତି ପ୍ରଧାନଙ୍କ ନେତୃତ୍ବରେ କପା ଚାଷି ମାନେ ଯୋଗୀମୁଣ୍ଡା- ଖପ୍ରାଖୋଲ ରାସ୍ତା ଅବରୋଧ କରିଥିଲେ I ଦୀର୍ଘ ସମୟ ଧରି ରାସ୍ତାରୋକ ଯୋଗୁ ରାସ୍ତାର ଉଭୟପାର୍ଶ୍ବରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା I ପାଟଣାଗଡ଼ ଉପ ଜିଲ୍ଲାପାଳ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରି ସମାଧାନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।