ସଂଚାର ବ୍ୟୁରୋ: ଡିସେମ୍ବର ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ ହେବ ନୌସେନା ଦିବସ । ଏହାର ଅବବ୍ୟହିତ ପୂର୍ବରୁ ଆଜି ସଂଧ୍ୟାରେ ଟାଉନ ହଲ ଠାରେ ନାଭାଲ ବ୍ୟାଣ୍ଡ INS ଚିଲିକା ପକ୍ଷରୁ ପକ୍ଷରୁ ଏକ ଚିତ୍ତାକର୍ଷକ କନସର୍ଟ ଅନୁଷ୍ଠିତ ହୋଇଥିଲା । ନୌସେନାର ଅବସରପ୍ରାପ୍ତ ସର୍ଜନ ଆଡମିରାଲ ସଲୀଲ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ପରେ ନାଭାଲ ବ୍ୟାଣ୍ଡର ଚିଫ କଣ୍ଡକ୍ଟର ହନୁମାନ ଥାପାଙ୍କ ନେତୃତ୍ୱରେ ସମସ୍ତ କଳାକାର ଚମତ୍କାର କନସର୍ଟ ପରିବେଷଣ କରିଥିଲେ ।
କଳାକାର ପ୍ରସନ୍ନୋଜିତ ମହନ୍ତୋ, ଗୌତମ ସିଂ, ପବିତ୍ର ଘୋଷ, ଷ୍ଟିଫେନ ଜୋ, ଗୌରବ ପ୍ରଶାନ୍ତ ଜି, ଡାନିଏଲ ଲାଲନୁଥାରା, ମଦନ ଛେତ୍ରୀ, ପି. ବୈଭବ ମୋହନ ରାଓ, ଆଜିଙ୍କ୍ୟ ଶିବାଜୀ ଯାଦବ, ନମଦାସ ଭି ଚନ୍ଦ୍ରକାନ୍ତ, ଅଜୟ ଭଟ୍ଟ, ସୌମ୍ୟ ଦୀପ ମଣ୍ଡଳ, ରୋଶନ ଆର, ପଙ୍କଜ ବିଶ୍ବକର୍ମା, ରାହୁଲ କୁମାର, ରେଜିନ ସି ଏସ, ଶୁଭମ ପାଠକ, ଅଭିଜିତ କୁମାର ଓ ରାହୁଲ ବିଶ୍ଵକର୍ମା ବାଦ୍ୟ ଯନ୍ତ୍ରର ଚମତ୍କାର ଉପଯୋଗ କରି ଉପସ୍ଥିତ ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଜୟ ହୋ ଗୀତ ରୁ ଆରମ୍ଭ ହୋଇ ଥିବା ଏହି କନସର୍ଟରେ ୧୪ ଲୋକପ୍ରିୟ ଗୀତ ଓ ସଂଗୀତ ପରିବେଷଣ କରାଯାଇଥିଲା ।