ହରିୟାଣାରେ କଂଗ୍ରେସର ଇଭିଏମ ଟାମ୍ପରିଂ ଅଭିଯୋଗ। ପ୍ରେସମିଟ୍ କରି ବର୍ଷିବା ସହ ତ୍ରୁଟିକୁ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହେବ ବୋଲି କହିଛି ଦଳ। ହରିୟାଣାର ୩ ଜିଲ୍ଲାରେ ଇଭିଏମର ତଥ୍ୟ ସହ ବ୍ଯାପକ ହେରଫେର କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ। ହରିୟାଣା ରେଜଲ୍ଟ ଅପ୍ରତ୍ଯାଶିତ ବୋଲି କହିଛି ଦଳ। ବିଧାନସଭା ନିର୍ବାଚନରେ ବ୍ୟବସ୍ଥାରେ ବ୍ଯାପକ ତ୍ରୁଟି ଅଭିଯୋଗ କରିଛି କଂଗ୍ରେସ। ଏହା ସିଷ୍ଟମର ବିଜୟ ଏବଂ ଗଣତନ୍ତ୍ରର ପରାଜୟ ବୋଲି କହିଛି। ହରିୟାଣାରେ କଂଗ୍ରେସର ଏଭଳି ପରାଜୟ ଘଟିବ ବୋଲି ଦଳର କୌଣସି ନେତା ବିଶ୍ଵାସ କରିପାରୁନାହାନ୍ତି। ରେଜଲ୍ଟକୁ ଅସ୍ଵୀକାର କରିବା ସହ ଏହାକୁ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବ ବୋଲି କହିଛି କଂଗ୍ରେସ। ଭୋଟ ଗଣତିକୁ ନେଇ ଅଭିଯୋଗଗୁଡ଼ିକୁ ସଂଗ୍ରହ କରାଯାଉଛି। କଂଗ୍ରେସର ପ୍ରତିନିଧି ରିଟର୍ଣ୍ଣିଂ ଅଧିକାରୀଙ୍କୁ ଏ ନେଇ ଅଭିଯୋଗ ଦେଇଛନ୍ତି। ଆଗାମୀ ଦିନରେ ଏ ସମସ୍ତ ଅଭିଯୋଗକୁ ନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ। ଏଭଳି ପରିଣାମ ଦେଶରେ କୌଣସି ସ୍ଥାନରେ ଦେଖାଯାଇନାହିଁ ବୋଲି କହିଛି କଂଗ୍ରେସ। ହରିୟାଣା ରେଜଲ୍ଟକୁ ନେଇ ଦଳର ନେତା ଓ କର୍ମୀ ସ୍ତମ୍ଭୀଭୂତ ହୋଇଯାଇଛନ୍ତି।.