ସଂଚାର ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ଏକ ଅପରାଧ । ଏହି ନିର୍ବାଚନ ହେବା କଥା । ଛାତ୍ର ସଂସଦ ନିର୍ବାଚନରୁ ସୃଷ୍ଟି ହୁଅନ୍ତି ଛାତ୍ର ନେତା । ଏନେଇ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ଅପରାଧ ବୋଲି କହିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସେପଟେ ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ଅରବିନ୍ଦ ଦାସ। ବିଜେପି ଯୁକ୍ତି କରି କହି ପାରିବକି କାହିଁକି ଛାତ୍ର ସଂସଦ ନିର୍ବାଚନ ହେଉନାହିଁ । ଏବେ ବି ସମୟ ଅଛି ଛାତ୍ର ସଂସଦ ନିର୍ବାଚନ କରନ୍ତୁ । ଯଦି ଛାତ୍ର ସଂସଦ ନିର୍ବାଚନ କରିପାରିବେନି ତେବେ ଛାତ୍ର ନେତା ସୃଷ୍ଟି ହେବେ କିପରି ବୋଲି ସେ ପ୍ରଶ୍ନ କରିଛନ୍ତି ।