ସଂଚାର ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରସ୍ତୁତ ହେଲାଣି କଂଗ୍ରେସ। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ବକ୍ସରରେ କରିଛନ୍ତି ସାଧାରଣ ସଭା। ସେଥିରେ ସେ ବିଜେପି-ଜେଡିୟୁ ସରକାରଙ୍କୁ ସମାଲୋଚନା କରିବା ସହ କୁର୍ସି ଲାଗି ମୁଖ୍ଯମନ୍ତ୍ରୀ ନୀତିଶ କୁମାର ସବୁ କିଛି କରିପାରନ୍ତି ବୋଲି କହିଛନ୍ତି। ଦଲସାଗର ଷ୍ଟାଡିଅମରେ ଆୟୋଜିତ ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ରାଲିରେ ଯୋଗଦେଇ ସେ ଏନଡିଏ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ଆହ୍ବାନ ଦେଇଛନ୍ତି। ଯେଉଁ ଶକ୍ତି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଛି ସେହି ଶକ୍ତି ସହ ଜେଡିୟୁ ହାତ ମିଳାଇଛି ବୋଲି ଖଡଗେ କହିଛନ୍ତି। ସେହିପରି ବିହାର ଲାଗି କେନ୍ଦ୍ର ଘୋଷଣା କରିଥିବା ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ପ୍ୟାକେଜ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ନ୍ୟାସନାଲ ହେରାଲଡ ମାମଲାରେ ଉଦ୍ଦେଶ୍ଯମୂଳକ ଭାବେ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି।