ସଂଚାର ବ୍ୟୁରୋ: ସରଗରମ ହେଉଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଲା ୨୩ ଜଣିଆ ପ୍ରାର୍ଥୀ ତାଲିକା। ଏହା ହେଉଛି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । କଂଗ୍ରେସ ଓ ଶିବସେନା(ୟୁବିଟି) ମଧ୍ଯରେ ବିବାଦର କେନ୍ଦ୍ରବିନ୍ଦୁ ଥିବା ନାଗପୁର ଦକ୍ଷିଣ ଆସନ ଯାଇଛି କଂଗ୍ରେସ ହାତକୁ। ସେଠାରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ଗିରୀଶ କୃଷ୍ଣରାଓ ପାଣ୍ଡବ। ବର୍ତ୍ତମାନ ବିଧାୟକ ଥିବା କୈଳାସ ଗୋରାନ୍ତିଆଲଙ୍କୁ ଜଲନା ଆସନରୁ ପ୍ରାର୍ଥୀ କରାଯାଇଛି।ବରିଷ୍ଠ ନେତା ସୁନୀଲ କେଦାରଙ୍କ ପତ୍ନୀ ଅନୁଜା ଲଢିବେ ସାଭେନର ଆସନରୁ। ବରିଷ୍ଠ ନେତା ଶିବାଜୀରାଓ ମୋଘେଙ୍କ ପୁଅ ଜିତେନ୍ଦ୍ର ଲଢିବେ ଆର୍ଣି ଆସନରୁ। ସେପଟେ ସମାଜବାଦୀ ପାର୍ଟିକୁ କେତେ ସିଟ ମିଳିବ ସେନେଇ ହୋଇପାରିନି ସହମତି।