Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାଜ୍ୟରେ କମୁଛି କଣ୍ଡୋମ ବ୍ୟବହାର ପ୍ରତି ଆଗ୍ରହ

Sanchar Live by Sanchar Live
February 24, 2025
in ଓଡିଶା
0
ରାଜ୍ୟରେ କମୁଛି କଣ୍ଡୋମ ବ୍ୟବହାର ପ୍ରତି ଆଗ୍ରହ
0
SHARES
316
VIEWS
FacebookTwitter

ଗର୍ଭନିରୋଧ ହେଉ କି ଭୟାବହ ଏଡ୍‌ସ୍ କିମ୍ଵା ଯୌନରୋଗ ସଂକ୍ରମଣ… ଏସବୁ ରୋକିବାକୁ ଏକମାତ୍ର ସାହାରା କଣ୍ଡୋମ। ହେଲେ ଏବେ କଣ୍ଡୋମ ପ୍ରତି କମୁଛି ଆଗ୍ରହ। ଦିନକୁ ଦିନ କଣ୍ଡୋମ ବ୍ୟବହାର ପ୍ରତି ବିମୁଖ ହେଉଛନ୍ତି ଓଡ଼ିଶାବାସୀ। ବଦଳୁଛି ଲୋକଙ୍କ ଅଭ୍ୟାସ। ଜନ୍ମ ନିୟନ୍ତ୍ରଣ ରୋକିବା ପାଇଁ ଆପଣେଇଲେଣି ବିକଳ୍ପ ପନ୍ଥା। ହେଲେ ସବୁଠୁ ସୁରକ୍ଷିତ କଣ୍ଡୋମ ବ୍ୟବହାରରେ ରାଜ୍ୟ ପୁରା ତଳମୁହାଁ। ଗତ ୬ବର୍ଷ ଭିତରେ ୮ ପ୍ରତିଶତ କମିଛି କଣ୍ଡୋମ ବ୍ୟବହାରକାରୀଙ୍କ ସଂଖ୍ୟା।

ଚଳିତ ଅର୍ଥନୈତିକ ରିପୋର୍ଟ କହୁଛି, ୨୦୧୮-୧୯ ମସିହାରେ ୨୪.୪ ପ୍ରତିଶତ ଲୋକେ କରୁଥିଲେ କଣ୍ଡୋମ ବ୍ୟବହାର। ହେଲେ ୨୦୨୩-୨୦୨୪ ମସିହାରେ ଏହି ସଂଖ୍ୟା ଖସି ୧୬.୧ ପ୍ରତିଶତରେ ପହଞ୍ଚିଛି। କେବଳ ସେତିକି ନୁହେଁ, ପରିବାର ନିୟନ୍ତ୍ରଣ ପାଇଁ ଆହୁରି କେତେ ଉପାୟ ଅଛି। ହେଲେ ସେଥିମଧ୍ୟରୁ ଗର୍ଭନିରୋଧକ ଉପକରଣ(ଆଇୟିସିଡି), ଗର୍ଭନିରୋଧକ ବଟିକା(ଓସିପି) ବ୍ୟବହାର, ମହିଳା ଓ ପୁରୁଷ ବନ୍ଧ୍ୟାକରଣ ମଧ୍ୟ କମିଚାଲିଛି।

ଯାହାକୁ ନେଇ ଚିନ୍ତା ପ୍ରକଟ କରଛି ସ୍ୱାସ୍ଥ୍ୟ ବିଭାଗ। କଣ୍ଡୋମ ବ୍ୟବହାରକୁ କେମିତି ବୃଦ୍ଧି କରାଯିବ ସେଥିପାଇଁ ଲାଗିପଡ଼ିଲାଣି ସ୍ୱାସ୍ଥ୍ୟ ବିଭାଗ।

ସହରାଞ୍ଚଳରେ ଥିବା ଫାଷ୍ଟ ରେଫରାଲ ୟୁନିଟ୍‌, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ପୁରୁଷ ଶୌଚାଳୟ ଭିତରେ ରଖାଯାଉଛି କଣ୍ଡୋମ ବକ୍ସ। ସେଠାରୁ ବିନା ସଙ୍କୋଚରେ ପୁରୁଷମାନେ ଆଣିପାରିବେ କଣ୍ଡୋମ। ହେଲେ ବିଡ଼ମ୍ବନା ଏ ବିଷୟରେ ଆଜି ପର୍ଯ୍ୟନ୍ତ ବହୁ ଲୋକ ଅଜଣା। ଏପରିକି ସେଠାରେ କଣ୍ଡୋମ ବକ୍ସ ମଧ୍ୟ ରହୁନି। ଖାଲି ସେତିକି ନୁହେଁ ନବବିବାହିତ ଦମ୍ପତିଙ୍କୁ ପରିବାର ନିୟନ୍ତ୍ରଣ ଯୋଜନା ବିଷୟରେ ସଚେତନ କରିବାକୁ ୨୦୨୨ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ‘ନୟି ପହଲ’ ଯୋଜନା। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ମଧ୍ୟ ଥିଲା ଏହି ଯୋଜନା। ଆଶା କର୍ମୀମାନେ ନବବିବାହିତ ଦମ୍ପତିଙ୍କ ଘରକୁ ଯାଇ ଏକ ୱେଡିଂ କିଟ୍ ଦେବାର ପ୍ରାବଧାନ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଯୋଜନାଟି ଫେଲ୍ ମାରିଲା।

ତଥ୍ୟ କହୁଛି, ରାଜ୍ୟରେ କଣ୍ଡୋମ ବ୍ୟବହାର ହାର ୨୦୧୯-୨୦ରେ ୨୧.୮ ପ୍ରତିଶତ, ୨୦-୨୧ରେ ୨୦.୬ ପ୍ରତିଶତ, ୨୧-୨୨ ଓ ୨୨-୨୩ରେ ୧୭.୫ ପ୍ରତିଶତ ଥିଲା । ସେହିପରି ଆଇୟୁସିଡି ହାର ୨୦୧୮ରେ ୩୧.୮ ପ୍ରତିଶତ ଥିବାବେଳେ ୨୦୨୩-୨୪ରେ ଏହା ୧୭.୯ ପ୍ରତିଶତକୁ ଖସିଆସିଛି । ଓସିପି ହାର ୨୦୧୮-୧୯ରେ ୨୬.୭ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ୧୬.୬ ପ୍ରତିଶତ ରହିଛି । ମହିଳା ବନ୍ଧ୍ୟାକରଣ ୨୦୧୮-୧୯ରେ ୧୫.୬ ପ୍ରତିଶତ ଓ ୨୦୨୩-୨୪ରେ ୮.୬ ପ୍ରତିଶତ ରହିଛି । ଏଥିସହ ପୁରୁଷ ବନ୍ଧ୍ୟାକରଣ ହାର ୨୦୧୮- ୧୯ରେ ୦.୩ ପ୍ରତିଶତ ଥିବା ବେଳେ ୨୦୨୩- ୨୪ରେ ୦.୨ ପ୍ରତିଶତ ରହିଛି । ତେଣୁ ଏଦିଗରେ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

Tags: condomodisha
ShareTweetShareSend
Sanchar Live

Sanchar Live

Next Post
ବାବା ଆଖଣ୍ଡଳମଣି ଧାମରେ ଭୋର୍‌ ସାଢ଼େ ୪ଟାରେ ଉଠିବ ମହାଦୀପ

ବାବା ଆଖଣ୍ଡଳମଣି ଧାମରେ ଭୋର୍‌ ସାଢ଼େ ୪ଟାରେ ଉଠିବ ମହାଦୀପ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.