ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍ ଦର । ବଢ଼ିଲା ୧୯ କେଜି କମର୍ସିଆଲ LPG ସିଲିଣ୍ଡର ଦର । ଦିଲ୍ଲୀରେ ୪୨ ଟଙ୍କା ଓ କୋଲକାତାରେ ୫୩ ଟଙ୍କା ୫୦ ପଇସା ଦର ବୃଦ୍ଧି । ଦିଲ୍ଲୀରେ ନୂଆ ଦର ୩୧୧୩.୫୦ ଟଙ୍କା ଓ କୋଲକାତାରେ ୩୨୫୫.୫୦ ଟଙ୍କା । ୫ କେଜିର ସିଲିଣ୍ଡର ମଧ୍ୟ ୧୧ ଟଙ୍କା ମହଙ୍ଗା ହେଲା । ଦିଲ୍ଲୀରେ ଦର ୮୨୧ ଟଙ୍କା ୫୦ ପଇସା ବୃଦ୍ଧି ହେଲା ।
ସୂଚନାଯୋଗ୍ୟ, ଗତ ମାସ ବଢ଼ିଥିଲା ଏବେ ପୁଣି ବଢ଼ିଲା। ବଢ଼ିଲା କମର୍ସିଆଲ୍ LPG ସିଲିଣ୍ଡର ଦର । କମର୍ସିଆଲ ସିଲିଣ୍ଡର ଦର ୯୯୩ ଟଙ୍କାକୁ ବୃଦ୍ଧି ପାଇଥିଲା । ଇରାନ ଯୁଦ୍ଧର ପ୍ରଭାବ ଯୋଗୁ LPG ଦର ଉପରେ ପ୍ରଭାବ ପଡ଼ିଥିଲା । ପାଖାପାଖି ୧୦୦୦ ଟଙ୍କାକୁ ବୃଦ୍ଧି ହେଲା LPG ସିଲିଣ୍ଡର ।
ପେଟ୍ରୋଲ, ଡିଜେଲ ଏବଂ ଘରୋଇ ଏଲପିଜି (୧୪.୨ କିଲୋଗ୍ରାମ ସିଲିଣ୍ଡର) ର ଖୁଚୁରା ମୂଲ୍ୟ ଅପରିବର୍ତ୍ତିତ ରହିଥିଲା, ଯାହା ଘରୋଇ ଗ୍ରାହକଙ୍କୁ ଆନ୍ତର୍ଜାତୀୟ ଇନ୍ଧନ ମୂଲ୍ୟରେ ସମ୍ପ୍ରତି ବୃଦ୍ଧିରୁ ସମ୍ପୂର୍ଣ୍ଣ ଭାବରେ ନିବୃତ୍ତ କରିଥିଲା । ୩୩ କୋଟି ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଘରୋଇ ଏଲପିଜି (୧୪.୨ କିଲୋଗ୍ରାମ) ମୂଲ୍ୟରେ କୌଣସି ପରିବର୍ତ୍ତନ ନଥିଲା ।
ଘରୋଇ ବିମାନ ସେବା (ନିର୍ଦ୍ଧାରିତ କାର୍ଯ୍ୟ) ପାଇଁ ATF ମୂଲ୍ୟରେ କୌଣସି ପରିବର୍ତ୍ତନ ନଥିଲା । ସାମଗ୍ରିକ ଭାବରେ, ପ୍ରାୟ ୮୦% ପେଟ୍ରୋଲିୟମ ଉତ୍ପାଦର ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ, ଯାହା ଅଧିକାଂଶ ଗ୍ରାହକଙ୍କ ପାଇଁ ସ୍ଥିରତା ସୁନିଶ୍ଚିତ କରେ।

