ସଂଚାର ବ୍ୟୁରୋ: ଦଶହରା ପୂର୍ବରୁ ଗ୍ରାହକଙ୍କୁ ଝଟକା । ପାର୍ବଣ ଋତୁ ପୂର୍ବରୁ ମାସ ପହିଲାରୁ ଏଲପିଜି ସିଲିଣ୍ଡର ଦାମ୍ ବଢିଛି । କର୍ମସିଆଲ ଏଲପିଜି ଦାମ୍ ୧୫.୫୦ ଟଙ୍କା ବଢିଛି । ଦିଲ୍ଲୀରେ ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍ ୧୫୯୫.୫୦ ଟଙ୍କାରେ ମିଳିବ । ଯାହା ପୂର୍ବରୁ ୧୫୮୦ ଟଙ୍କା ରହିଥିଲା ।
ସେହିପରି କୋଲକତାରେ ଏଲପିଜି ସିଲିଣ୍ଡର ଦାମ୍ ୧୭୦୦ ଟଙ୍କା ହୋଇଛି । ସେପ୍ଟେମ୍ବରରେ ଏହାର ଦାମ୍ ୧୬୮୪ ଟଙ୍କା ରହିଥିଲା । ଏଠାରେ ୧୬ ଟଙ୍କା ବଢିଛି ସିଲିଣ୍ଡର ଦାମ୍ । ମୁମ୍ବାଇରେ କର୍ମସିଆଲ ସିଲିଣ୍ଡର ଦାମ୍ ୧୫୪୭ ଟଙ୍କା ରହିଛି । ଏହାପୂର୍ବରୁ ୧୫୩୧.୫୦ ଟଙ୍କା ରହିଥିଲା । ମୁମ୍ବାଇରେ ଏହି ଦାମ୍ ୧୫.୫୦ ଟଙ୍କା ବଢିଛି । ଚେନ୍ନାଇରେ ସିଲିଣ୍ଡର ଦାମ୍ ୧୭୫୪ ଟଙ୍କା ରହିଛି । ସେପ୍ଟେମ୍ବରରେ ସିଲିଣ୍ଡର ଦାମ୍ ୧୭୩୮ ଟଙ୍କା ରହିଥିଲା ।
କିନ୍ତୁ କେବଳ କର୍ମସିଆଲ ସିଲିଣ୍ଡର ଦାମ୍ ବଢିଛି । ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦାମ୍ ୮୫୩ ଟଙ୍କା, ମୁମ୍ବାଇରେ ୮୫୨.୫୦ ଟଙ୍କା ଏବଂ ଲକ୍ଷ୍ନୌରେ ୮୯୦.୫୦ ଟଙ୍କା ସିଲିଣ୍ଡର ଦାମ୍ ରହିଛି ।

