ସଂଚାର ବ୍ୟୁରୋ: ଗେରୁଆ ହେବ ସରକାରୀ କୋଠା । ରାଜ୍ୟର ସବୁ ସରକାରୀ କୋଠାର ରଙ୍ଗ ବଦଳିବ । ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଏନେଇ ପୂର୍ତ୍ତ ବିଭାଗ ଅଧିନରେ ଥିବା ସବୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ତଦନୁଯାୟୀ ସରକାରୀ ବିଲ୍ଡିଂର ବାହାର କାନ୍ଥ ହେବ ଗେରୁଆ ରଙ୍ଗ ଏବଂ କାନ୍ଥର ଧଡିକୁ ଲାଲ ରଙ୍ଗ କରାଯିବ । କିଭଳି ରଙ୍ଗ ହେବ ତାର ନମୁନା ମଧ୍ୟ ବିଭାଗ ପକ୍ଷରୁ ଏହି ଚିଠିରେ ନମୂନା ଦିଆଯାଇଛି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ସବୁ ବିଭାଗ ସହ ଆଲୋଚନା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।