ପୁଣି ଗ୍ରାହକଙ୍କୁ ମହଙ୍ଗା ମାଡ଼ । ମୁମ୍ବାଇରେ ପୁଣିଥରେ ସିଏନଜି ଦାମ୍ ବଢିଛି । ମୁମ୍ବାଇ ମେଟ୍ରୋପଲିଟନ ରିଜନରେ ଆଜିଠାରୁ ନୂଆ ସିଏନଜି ଦାମ୍ ଲାଗୁ ହୋଇଛି । ଏବେ ସିଏନଜି କିଲୋ ଦାମ୍ ୮୪ ଟଙ୍କାରେ ମିଳିବ ।
ମହାନଗର ଗ୍ୟାସ୍ ଲିମିଟେଡ (MGL) ସିଏନଜି ଦାମ୍ କିଲୋ ପ୍ରତି ୨ ଟଙ୍କା ବଢାଇବାକୁ ନିଷ୍ପତ୍ତି ନେଇଛି । ଏହାପରେ ମୁମ୍ବାଇ ମେଟ୍ରୋପଲିଟନ ରିଜନରେ ସିଜିନ ଏକ କିଲୋ ଏବେ ୮୪ ଟଙ୍କାରେ ମିଳିବ । ପୂର୍ବରୁ ୮୨ ଟଙ୍କାରେ ମିଳୁଥିବା ସିଏନଜି ଏବେ ବଢି ୮୪ ଟଙ୍କାରେ ପ୍ରତି କିଲୋ ମିଳିବ । ଏହି ନୂଆ ରେଟ୍ ବୁଧବାର ବିଳମ୍ବିତ ରାତିରୁ ଲାଗୁ ହୋଇଛି ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଅଶୌଧିତ ତୈଳ ଦର ବଢିବାରେ ଲାଗିଛି । ତେଣୁ ସିଏନଜିରେ ଚାଲୁଥିବା ଅଟୋ ରିକ୍ସା ଏବଂ ଟ୍ୟାକ୍ସି ଚାଳକଙ୍କ ଉପରେ ବେଶ୍ ପ୍ରଭାବ ପଡିଛି । ସେପଟେ ପ୍ରତିଦିନ ଯାତ୍ରା କରୁଥିବା ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପଡିବ ।
ସୂଚନାଯୋଗ୍ୟ, ଗତକାଲି ଅମୂଲ କ୍ଷୀର ଦାମ ୨ ଟଙ୍କା ବଢାଇଛି । ଫଳରେ ଯାତ୍ରୀଙ୍କ ପକେଟ ଉପରେ ବେଶ୍ ପ୍ରଭାବ ପଡିଛି ।
