ସଂଚାର ବ୍ୟୁରୋ: ବୁଧବାର ବାଲେଶ୍ବର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲଗାଣ ବର୍ଷାରେ ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲିଆପାଳ ଏବଂ ଭୋଗରାଇରେ ବନ୍ୟା ପାଇଁ ସ୍ଥିତି ସଙ୍ଗୀନ ହୋଇଛି । ଲୋକେ ଜଳବନ୍ଦୀରେ ରହିଛନ୍ତି । ଅନେକ ଗାଁ ଜଳମଗ୍ନ ହୋଇଛି । ଲୋକେ ବହୁ ଦୁର୍ଦ୍ଦଶା ଭୋଗୁଥିବେଳେ ବହୁ କ୍ଷୟ କ୍ଷତି ହୋଇଛି । ତେବେ ଏହି ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏଣୁ ଆଜି ମୁଖ୍ୟମନ୍ତ୍ରୀ ଭୋଗରାଇ ଏବଂ ବାଲିଆପାଳର ବନ୍ୟାର ଅଞ୍ଚଳ ପରିଦର୍ଶନ କରିବେ । ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତିର ସମୀକ୍ଷା କରିବେ ।