Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ସହ ମୁଖ୍ଯମନ୍ତ୍ରୀଙ୍କ ଆଲୋଚନା

Sanchar Live by Sanchar Live
August 13, 2024
in ରାଜନୀତି
0
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ସହ ମୁଖ୍ଯମନ୍ତ୍ରୀଙ୍କ ଆଲୋଚନା
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ରାଜ୍ଯରେ ଜାତୀୟ ରାଜପଥ ପ୍ରକଳ୍ପ ଗୁଡ଼ିକ ଉପରେ ସେ ବିସ୍ତୃତ ଆଲୋଚନା କରିଛନ୍ତି । ରାଜ୍ଯ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଚାଲିଥିବା ପ୍ରକଳ୍ପଗୁଡିକ ତ୍ବରାନ୍ବିତ କରାଯିବ ବୋଲି ବୈଠକରେ ସହମତି ପ୍ରକାଶ ପାଇଛି । ଭୁବନେଶ୍ବର-ପୁରୀ ୬୦ କିଲୋମିଟର ରାସ୍ତା ସର୍ଭିସ ରୋଡ ସହିତ ୬ ଲେନ୍ ବିଶିଷ୍ଟ ହେବ । ଏଥିପାଇଁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୧୦ ହଜାର କୋଟି ଟଙ୍କା ବ୍ଯୟରେ ଚଣ୍ଡିଖୋଲ-ବଡ଼ବିଲ ସର୍ଭିସ ରୋଡ ସହ ୨୦୦ କିଲୋମିଟର ରାସ୍ତା ନିର୍ମାଣ ହେବ । ସେହିପରି ୧୧ଶହ କୋଟି ଟଙ୍କାରେ ଖୋର୍ଦ୍ଧା-ନୟାଗଡ଼ ସର୍ଭିସ ରୋଡ ସହ ୪ ଲେନ ରାସ୍ତା,  ହଜାରେ କୋଟି ଟଙ୍କାରେ କେସିଙ୍ଗା-ଜୁନାଗଡ ୪ ଲେନ ରାସ୍ତା ହେବ । ୧୫ ହଜାର କୋଟି ଟଙ୍କାରେ ଏହି ଚିରୋଟି ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି । କୋରାପୁଟ-ପୋଡ଼ାମାରି ୨୪୬ କିଲୋମିଟର ରାସ୍ତାର ଦୁଇ ଲେନିଂ ପାଇଁ ୨୫ ଶହ କୋଟି ଟଙ୍କା ମଞ୍ଜୁର ହୋଇଛି । କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି ଅଧୀନରେ ଚଳିତବର୍ଷ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।  ଓଡ଼ିଶା ପାଇଁ ସେତୁ ବନ୍ଧନ ଯୋଜନାରେ ୨୫୦ କୋଟି ଟଙ୍କାର ବ୍ଯବସ୍ଥା ହୋଇଛି । ଜାତୀୟ ରାଜପଥର ଉନ୍ନତି ପାଇଁ ୩୪ ଶହ କୋଟି ଟଙ୍କାର ଡିପିଆର ଦାଖଲ କରାଯିବ । ଏହାଛଡ଼ା କେନ୍ଦ୍ରକୁ କେତେକ ପ୍ରକଳ୍ପର ପ୍ରସ୍ତାବ ଦେଇଛନ୍ତି ରାଜ୍ଯ ସରକାର । ମୋଟୁ-ତିରିଙ୍ଗି ୯୬୯ କିଲୋମିଟର ରାସ୍ତା ସହ ପଶ୍ଚିମ-ପୂର୍ବ ସଂଯୋଗୀ କରଣ ପାଇଁ ୧୫ ହଜାର କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ୭ ହଜାର ୫୦୦ କୋଟି ଟଙ୍କାରେ ଝାରସୁଗୁଡ଼ା-ବାଲେଶ୍ବର, ୯ ହଜାର ୫୦୦ କୋଟି ଟଙ୍କାରେ ନୂଆପଡ଼ା-ଅସ୍ତରଙ୍ଗ, ୬ ହଜାର ୮୦୦ କୋଟି ଟଙ୍କାରେ ବୃନ୍ଦବାହାଲ-ଗୋପାଳପୁର ଓ ୫ ହଜାର ୪୭୭ କୋଟି ଟଙ୍କାରେ ସମ୍ବଲପୁର-ସାତଭାୟା ରାସ୍ତା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାଛଡ଼ା ୯ହଜାର କୋଟି ଟଙ୍କାରେ ବ୍ରହ୍ମପୁର-ଜୟପୁର ଗ୍ରାଣ୍ଡ ରିଙ୍ଗରୋଡ, ୨୫ ଶହ କୋଟି ଟଙ୍କାରେ ଜୟପୁର-ରାଉରକେଲା, ୨୨ଶହ କୋଟି ଟଙ୍କାରେ ରାଉରକେଲା-ଜଳେଶ୍ବର ଏବଂ ଜଳେଶ୍ବର-ବ୍ରହ୍ମପୁର ଗ୍ରାଣ୍ଡ ରିଙ୍ଗରୋଡ ପାଇଁ ପ୍ରସ୍ତାବ ଦିଆଯାଇଛି ।

Tags: mohan majhinitin gadakari
ShareTweetShareSend
Sanchar Live

Sanchar Live

Next Post
ରାଜ୍ୟରେ ସାମାଜିକ ବିଶୃଙ୍ଖଳା ନେଇ ନବୀନଙ୍କ ଉଦବେଗ

ରାଜ୍ୟରେ ସାମାଜିକ ବିଶୃଙ୍ଖଳା ନେଇ ନବୀନଙ୍କ ଉଦବେଗ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.