Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆମ ସରକାର ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ଆନ୍ଦୋଳନ, ଏକ ସଂକଳ୍ପ : ମୁଖ୍ୟମନ୍ତ୍ରୀ

Sanchar Live by Sanchar Live
May 2, 2025
in ଓଡିଶା
0
ଆମ ସରକାର ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ଆନ୍ଦୋଳନ, ଏକ ସଂକଳ୍ପ : ମୁଖ୍ୟମନ୍ତ୍ରୀ
0
SHARES
9
VIEWS
FacebookTwitter

ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଦ୍ୱାରା ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଇନ୍‌ୱେକ୍‌   ଓମେନ୍‌ ବିଜନେସ୍‌ ମେଳାର (INWEC – ICC National Women ‘s Entrepreneurship Council ) ୧୦୦ ବର୍ଷ ପୂର୍ତ୍ତି ସମାରୋହର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ, ‘ନାରୀ ଶକ୍ତିର ମହୋତ୍ସବ’ ବୋଲି କହିବା ସହିତ   ଓଡ଼ିଶାର ପ୍ରତିଟି ମହିଳା ନିଜ ଲାଗି ସ୍ୱପ୍ନ ଦେଖି ତାକୁ ସାକାର କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ରଖିବା ଆବଶ୍ୟକ ବୋଲି କହିଛନ୍ତି ।

ଏହି ଅବସରରେ ସେ କହିଛନ୍ତିଯେ,  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା କେବଳ ଓଡିଶା ନୁହେଁ ବରଂ ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ ।  ଆମେ ନିକଟରେ, ଉତ୍କର୍ଷ ଓଡିଶା-ମେକ ଇନ ଓଡିଶା କନକ୍ଳେଭ,  ସୁଭଦ୍ରା ଶକ୍ତି ମେଳା ଆୟୋଜନ କରିଥିଲୁ ଏବଂ ସେଥିରେ ମହିଳା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଆଉ ଆଜି ଆମେ ଏହି ମେଳାରେ ସେହି ବାସ୍ତବିକତାକୁ ଦେଖୁଛୁ ।ଅର୍ଥନୀତି

କ୍ଷେତ୍ରରେ ମହିଳା ମାନଙ୍କ  ଯୋଗଦାନ ରହିଛି ଏବଂ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୋଜନାର ସଫଳତା ହିଁ ଏହାର ଜ୍ୱଳନ୍ତ ଉଦାହରଣ ।

ଆମ ସରକାର ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ଆନ୍ଦୋଳନ, ଏକ ସଂକଳ୍ପ। ଓଡ଼ିଶାର ପ୍ରତିଟି ମହିଳା ନିଜ ଲାଗି ସ୍ୱପ୍ନ ଦେଖି ତାକୁ ସାକାର କରିବା ଏବଂ ଆତ୍ମବିଶ୍ୱାସର ସହ ନେତୃତ୍ୱ ଦେବା ପାଇଁ ଆଗେଇ ଆସିବା ଅତ୍ୟନ୍ତ ଆନନ୍ଦର ବିଷୟ। ଯେତେବେଳେ ମହିଳାମାନେ ଉନ୍ନତି କରନ୍ତି, ସମାଜ ସମୃଦ୍ଧ ହୁଏ ଏବଂ ଅର୍ଥନୀତି ବିକଶିତ ହୁଏ। ଆମ ମା’, ଭଉଣୀ ଓ ଝିଅମାନଙ୍କର ସମାନ ଭାଗୀଦାରୀ ବିନା ଓଡ଼ିଶାର ପ୍ରଗତି ଅସମ୍ପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ସୁଭଦ୍ରା ଯୋଜନା କେବଳ ଏକ ଆର୍ଥିକ ସହାୟତା ନୁହେଁ, ଏହା ଅର୍ଥନୈତିକ ସ୍ୱାଧୀନତାର ବାର୍ତ୍ତାବହ ଏବଂ୯୦ ପ୍ରତିଶତରୁ ଅଧିକ ମହିଳା ସୁଭଦ୍ରା ସହାୟତାର ସଦୁପଯୋଗ କରିଛନ୍ତି। ଆମେ ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖିଛୁ । ତେବେ, ସମସ୍ତଙ୍କ ପାଇଁ ଖୁସିର ବିଷୟ ଯେ, ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ମହିଳା

ଲକ୍ଷପତି ଦିଦି ହୋଇସାରିଛନ୍ତି । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ, ଆମେ ମହିଳା ଉଦ୍ୟୋଗୀମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଦକ୍ଷତା ବିକାଶ, ବଜାର ସଂଯୋଗ ଏବଂ ଆର୍ଥିକ ପ୍ରବେଶରେ ନିବେଶ କରୁଛୁ ଏବଂ  ଓଡ଼ିଶାକୁ ଓମେନ-ଲେଡ୍ ବିକାଶର ଏକ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା ଭଳି କାର୍ଯ୍ୟକ୍ରମ ଖୁବ୍ ସହାୟକ ହେବ। ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ମହିଳା ମାନେ ହେବେ ଶ୍ରେଷ୍ଠ ଭାଗୀଦାର ଏବଂ ଆମ ସରକାର ଏଥି ପାଇଁ ପୁରା ସମର୍ଥନ ଯୋଗାଇ ଦେବେ।

କାର୍ଯ୍ୟକ୍ରମରେ ଯୋଗଦେଇ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ମନ୍ତ୍ରୀ, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେଯେ ଏହି ସମାବେଶ, ଓଡିଆ ମହିଳା ଉଦ୍ୟୋଗୀଙ୍କୁ ଆହୁରି ଉତ୍ସାହିତ କରିବା ସହ ଆର୍ଥିକ ସ୍ବାଧୀନତା ପାଇଁ ଭବିଷ୍ୟତର ରାସ୍ତା ଖୋଲିବ। ଓଡ଼ିଶା ବିକାଶରେ ମହିଳା ଉଦ୍ୟୋଗୀ ମାନେ ହିଁ ଏକ ସମୃଦ୍ଧ ପରିବର୍ତ୍ତନର ସ୍ବର ।

ଏହି ଅବସରରେ ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଥିଲେ ଯେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ସଫଳତାର ରୂପାୟନ ଦେଇ ମହିଳା ମାନେ ଆଜି ପାରମ୍ପରିକ ଉଦ୍ୟୋଗ ସହିତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସଶକ୍ତ ହେଉଛନ୍ତି  । ଉକ୍ତ କାର୍ଯ୍ୟକ୍ରମରେ ଆଇସିସି ଚେୟାରପର୍ସନ ଶ୍ରୀ ରାଜୀବ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ,  ଇନ୍-ୱେକ୍ ର କୋ-କନଭେନର, ଶ୍ରୀମତୀ ସ୍ୱାତୀ କେଜରିୱାଲ,  ଆଇସିସି ଭାଇସ ଚେୟାରପର୍ସନ, ପ୍ରୀତି ପଲ୍ଲବୀ ପଟନାୟକ, କନଭେନର, ଶ୍ରୀ ଧର୍ମାଦିତ୍ୟ ପଟନାୟକ  ପ୍ରମୁଖ ମଂଚାସୀନ ଥିଲେ  ।

Tags: mohanmajhiwoman empowerment
ShareTweetShareSend
Sanchar Live

Sanchar Live

Next Post
ସୋଆ କୃଷି ମହାବିଦ୍ୟାଳୟରେ ଅଖିମୁଠି ଅନୁକୂଳ

ସୋଆ କୃଷି ମହାବିଦ୍ୟାଳୟରେ ଅଖିମୁଠି ଅନୁକୂଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.