Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା, ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା

Sanchar Live by Sanchar Live
October 24, 2024
in ଓଡିଶା
0
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା, ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା
0
SHARES
12
VIEWS
FacebookTwitter

ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ବାତ୍ୟା ଦାନା ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି।

ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୧ଟି ଜିଲ୍ଳାର ୩୮ଟି ବ୍ଲକର ୧୬୫୩ଟି ଗ୍ରାମ , ୯ଟି ପୌରାଞ୍ଚଳ ଓ ୨୬ଟି ୱାର୍ଡ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳରେ ଥିବା ତଳିଆ ଓ ବିପଦଶଙ୍କୁଳ ଅଞ୍ଚଳରୁ ସମୁଦାୟ ୩,୬୨,୦୦୦ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ଲକ୍ଷ୍ୟ ରହିଛି। ଆଜି ଦିନ ୧୧ଟା ସୁଦ୍ଧା ୩ଲକ୍ଷ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଉ କିଛି ଘଣ୍ଟା ମଧ୍ୟରେ ସ୍ଥାନାନ୍ତର ପ୍ରକ୍ରିୟାରେ ଶତ ପ୍ରତିଶତ ସଫଳତା ହାସଲ ହେବ ବୋଲି ସେ କହିଥିଲେ।

ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ୨୩୩୮ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନା ଓ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରସ୍ତୁତିର ସମୀକ୍ଷା ଅବସରରେ ସ୍ଥାନାନ୍ତରଣ କରିବା ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସଂପ୍ରତି ଏହି ସବୁ ଜିଲ୍ଲା ଗୁଡିକରେ ୮୪୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୬୪୪୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ମିଶାଇ ସମୁଦାୟ ୭୨୮୫ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ଅଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ମଧ୍ୟ ଓଡିଶାର ବାତ୍ୟା ପରିସ୍ଥିତି ଉପରେ ନଜର ରଖିଛନ୍ତି । ବାତ୍ୟା ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ସେ କହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କ୍ଷତିଗ୍ରସ୍ତ ସମ୍ଭାବନେ ଥିବା ୧୧ଟି ଜିଲ୍ଲାକୁ ଅଭିଜ୍ଞତା ସଂପନ୍ନ ବରିଷ୍ଠ ଆଇଏସ ଅଧିକାରୀଙ୍କୁ ପଠା ଯାଇଛି। ସେମାନେ ପଞ୍ଚାୟତ ଓ ଗାଁ ସ୍ତର ପର୍ଯ୍ୟନ୍ତ ଯାଇ ସ୍ଥାନାନ୍ତର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟ ମନ୍ତ୍ରୀ ମଣ୍ଡଳର ୯ ଜଣ ମନ୍ତ୍ରୀ ମଧ୍ୟ ପ୍ରଭାବିତ ଜିଲ୍ଳା ଗୁଡିକରେ ଉପସ୍ଥିତ ରହି ଏହି କାର୍ଯ୍ୟକୁ ତଦାରଖ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରୁଛନ୍ତି।

ଅଶ୍ରୟସ୍ଥଳରେ ଥିବା ଲୋକଙ୍କୁ ନିୟମିତ ଭାବେ ରନ୍ଧାଖାଦ୍ୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପୋଲିସ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ।

ଆଜି ଜିଲ୍ଲାପାଳ ମାନଙ୍କ ସହିତ ଆଲୋଚନାରେ ମୁଖ୍ୟମନ୍ତ୍ରୀ ଶତ ପ୍ରତିଶତ ସ୍ଥାନାନ୍ତରଣ, ଜିରୋ କାଜୁଆଲ୍‌ଟି, ଡାକ୍ତରଖାନା ଗୁଡ଼ିକରେ ନିରବଛିନ୍ନ ବିଦ୍ୟୁତ୍ ସେବା, ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର କିରୋସିନ, ପେଟ୍ରୋଲ, ଡିଜେଲ ମହଜୁଦ ରଖିବା, ଆଶ୍ରୟସ୍ଥଳୀ ଗୁଡ଼ିକୁ ରନ୍ଧା ଖାଦ୍ୟ ଯୋଗାଣ ସହିତ ଶୌଚାଳୟକୁ ସଫା ସୁତାର ରଖିବା ଉପରେ ଗୁରୁତ୍ଵ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ଓ ଟ୍ରାନସଫର୍ମର ଗୁଡ଼ିକର ତୁରନ୍ତ ମରାମତି କରି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପୁନଃକ୍ଷମ (Restore) କରିବା ପାଇଁ ଅତିରିକ୍ତ ଟିମ୍ ମହଜୁଦ ରଖିବାକୁ ଜିଲ୍ଲାପାଳ ମାନଙ୍କୁ ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ସବୁ ଜିଲ୍ଲାଗୁଡିକରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ନିମନ୍ତେ NDRFର ୧୯ଟି ଟିମ୍ ଓ ODRAF ର ୫୧ଟି ଟିମ୍ ଏବଂ ଅଗ୍ନିଶମ ବାହିନୀର ୨୨୦ଟି ଟିମ୍ ମୁତୟନ ଅଛନ୍ତି । ଏଥି ସହିତ ୧୫୭ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ଅଛନ୍ତି। ପ୍ରଭାବିତ ଅଞ୍ଚଳରେ ମନୁଷ୍ୟ ଓ ଗୃହପାଳିତ ପଶୁ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୯୨ଟି ଡାକ୍ତରୀ ଟିମ୍ ଓ ୫୮ଟି ପ୍ରାଣୀ ସମ୍ପଦ ଚିକିତ୍ସା ଟିମ୍ ମୁତୟନ ଅଛନ୍ତି। ଗୃହପାଳିତ ପଶୁମାନଙ୍କୁ ବାନ୍ଧି ନରଖି ଖୋଲା ରଖିବା ପାଈଁ ଲୋକମାନଙ୍କୁ ପରାମର୍ଶ ଦେବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ କହିଥିଲେ। ଗୃହପାଳିତ ପଶୁ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପଶୁ ଖାଦ୍ୟ ଯୋଗାଇଦେବା ପାଇଁ ସେ କହିଥିଲେ।

ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଡିକେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନୀଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ। ବାତ୍ୟା ସମ୍ଭାବନା ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ।

Tags: cm mohan majhicycloneodisha
ShareTweetShareSend
Sanchar Live

Sanchar Live

Next Post
୨୩ରେ ବାତ୍ୟା !

ବାତ୍ୟା ପ୍ରଭାବ : ଆସନ୍ତାକାଲି କନ୍ଧମାଳ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ବନ୍ଦ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.