ସଂଚାର ବ୍ୟୁରୋ: କେନ୍ଦୁଝର ଘଟଗାଁ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବହୁ ପ୍ରତିକ୍ଷିତ ଘଟଗାଁ ମା’ ତାରିଣୀ ମନ୍ଦିର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ୬୦ ଏକର ଅଞ୍ଚଳକୁ ୩୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ତାରିଣୀ ମନ୍ଦିର ବିକାଶର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମା’ ତାରିଣୀଙ୍କ ଦର୍ଶନ କରି ମନ୍ଦିର ପରିସରରେ ଭୂମି ପୂଜନ ପାଇଁ ଚାଲିଥିବା ଚଣ୍ଡୀପାଠ, ଗୀତା ଯଜ୍ଞରେ ପୂଜାରେ ପୂର୍ଣ୍ଣାହୁତି ଦେବେ । ପୂର୍ଣ୍ଣାହୁତି ଦେବା ପରେ ମା’ ତାରିଣୀ ମନ୍ଦିର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଶିଳାନ୍ୟାସ କରିବା ପରେ ମିନି ଷ୍ଟାଡିୟମ୍ ପଡ଼ିଆରେ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଏକ ବିଶାଳ ସାଧାରଣ ସଭା ଆୟୋଜନ କରାଯାଇଛି । ସେଠାକୁ ଯାଇ ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନ ରଖିବାର କାର୍ଯ୍ୟକ୍ରମ ଅଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁରା ଘଟଗାଁ ସଜେଇ ହୋଇଛି । ଶୃଙ୍ଖଳା ପାଇଁ ଅସ୍ଥାୟୀ ବ୍ୟାରିକେଟ୍ ନିର୍ମାଣ କରିବା ସହିତ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ପାଖାପାଖି ୫୦ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

