ଚାଷୀଙ୍କ ଖାତାକୁ ଗଲା CM କିଷାନ ଯୋଜନାର ତୃତୀୟ କିସ୍ତି ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି । ୧୦୪୧ କୋଟିରୁ ଅଧିକ ଟଙ୍କା ଭେଟି ଦେଲେ ରାଜ୍ୟ ସରକାର । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ୨ ହଜାର ଟଙ୍କା ।
ସିଏମ୍ କିଷାନର ତୃତୀୟ କିସ୍ତିରେ ୫୧ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇଛନ୍ତି । ସେହିପରି ୩୯ ହଜାରରୁ ଅଧିକ ଭୂମିହୀନ କୃଷି ପରିବାରକୁ ମଧ୍ୟ CM କିଷାନର ତୃତୀୟ କିସ୍ତି ଟଙ୍କା ମିଳିଛି । ୨୦୨୫-୨୬ ରବି ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଇଛି ।
