ସଂଚାର ବ୍ୟୁରୋ: ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟୁଡିଓ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ନେଇ ବିଭାଗୀୟ ସଚିବଙ୍କୁ ପଚାରି ବୁଝିଥିଲେ । ଚଳଚ୍ଚିତ୍ର ସୁଟିଙ୍ଗ ପାଇଁ ଯାହା ଆବଶ୍ୟକତା ରହିଛି ତାକୁ ପ୍ରାଥମିକତା ଭିତ୍ତିରେ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜେଲ୍,ଥାନା, ଏୟାରପୋର୍ଟ ରେପ୍ଲିକା, କୋର୍ଟ, ରେଳଷ୍ଟେସନ ସହିତ ବଗି ରହିବ। ଏହା ଏକ ମନୋରଞ୍ଜନ ଭିତ୍ତିକ ପାର୍କ ରହିବ, ସାଧାରଣ ଲୋକ ଆସି ଦେଖିପାରିବେ । ନିର୍ଦ୍ଦେଶକ, ପ୍ରଯୋଜକ ଙ୍କ ସହିତ ଆଲୋଚନା କରି ଏକ ଡିପିଆର ପ୍ରସ୍ତୁତ କରିବାପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର କଳିଙ୍ଗ ଷ୍ଟୁଡିଓରେ ସିନେମା ସୁଟିଂ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଏବଂ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

