ସଂଚାର ବ୍ୟୁରୋ: ଭୁବନେଶ୍ୱରରୁ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁରର ଦୁଇଟି ପ୍ରକଳ୍ପର ଉଦଘାଟନ ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଫାଷ୍ଟ ଗେଟ୍ ସ୍ଥିତ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିଶା-୩ ପ୍ରକଳ୍ପ ଅନ୍ତର୍ଗତ ବ୍ରହ୍ମପୁରରୁ ତପ୍ତପାଣି ପର୍ଯ୍ୟନ୍ତ ପ୍ରାୟ ୫୨ କିମି ରାସ୍ତା ଓ ବ୍ରହ୍ମପୁରରୁ ଭଞ୍ଜନଗର ପର୍ଯ୍ୟନ୍ତ ପ୍ରାୟ ୮୦ କିମି ରାସ୍ତାରେ ଆଇଇଏମଏସ ବ୍ୟବସ୍ଥା ରହିଛି । ଏହି ଆଭାସି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋପାଳପୁର ବିଧାୟକଙ୍କ ପ୍ରତିନିଧି ଶିବ ଶଙ୍କର ନାୟକ, ଆଂଚଳିକ ପରିବହନ ଅଧିକାରୀ ମାନସ ସାହୁ, ଟ୍ରକ୍ ମାଲିକ ସଂଘର ରଞ୍ଜିତ ପଣ୍ଡା ଏବଂ ନିରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନ୍ୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗିରିସୋଲା ଠାରେ ନିର୍ମିତ ହେବାକୁ ଥିବା ଅଟୋମେଟେଡ୍ ଟେଷ୍ଟିଂ ସେଂଟର୍ ର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଉପସ୍ଥିତ ଥିଲେ ।