ନୟାଗଡ଼ ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଘାଟି ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକନିକ ବସ ଓଲଟିବାରୁ 5 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ 30 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 10 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ନୟାଗଡ଼ ଜିଲ୍ଲା ଦଶପଲ୍ଲା କୁଟିବାରି ଘାଟି ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ଶୁଣି ଦୁଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ମୃତକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। । ଏହି ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ବ୍ରହ୍ମପୁର ଅଞ୍ଚଳର ପ୍ରାୟ ୫୫ ଜଣ ଯାତ୍ରୀ ଏକ ବସ୍ ରେ ବଲାଙ୍ଗୀରର ହରିଶଙ୍କର ବୁଲି ଯାଉଥିଲେ। ବିଳମ୍ବିତ ରାତି ୧ ଟାରେ ଖୋର୍ଦ୍ଧା ବଲାଙ୍ଗିର ରାଜପଥର ଟାକେରା ନିକଟ ପିଠାଖାଇ ଘାଟି ନିକଟରେ ବସ୍ ଟି ଏକ ବଡ଼ ପଥର ସହ ଧକ୍କା ହୋଇ ରାସ୍ତା କଡକୁ ଓଲଟି ପଡିଛି। ଫଳରେ ଡ୍ରାଇଭର୍ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୪୫ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା ବେଳେ ଆହତଙ୍କୁ ମେଡିକାଲ ପଠାଇଛି। ମୃତକଙ୍କ ମଧ୍ୟରେ ୩ ମହିଳା ଅଛନ୍ତି।
ମୃତକମାନେ ହେଲେ ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ଓ ଡ୍ରାଇଭର ପ୍ରବୀଣ ସାହୁ। ୫ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବାକି ୪୫ ଆହତ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଦଶପଲ୍ଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଖବର ପାଇ ଦଶପଲ୍ଲା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ବସରେ ଥିବା ଆହାତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ତେବେ ଡ୍ରାଇଭରର ବେପରୁଆ ଗାଡିଚାଳନା କିମ୍ବା ମଦ୍ୟପାନ କରି ବସଟି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି। ଦଶପଲ୍ଲା ଥାନା ପୋଲିସ ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି।

