Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ମେଗା ନିଯୁକ୍ତି ମେଳାରେ ୧୨୯୪ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

Sanchar Live by Sanchar Live
June 6, 2025
in ଓଡିଶା
0
ମେଗା ନିଯୁକ୍ତି ମେଳାରେ ୧୨୯୪ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

Oplus_131072

0
SHARES
12
VIEWS
FacebookTwitter

ଭୁବନେଶ୍ବରସ୍ଥିତ ରେଳ ଅଡ଼ିଟୋରିୟମଠାରେ ଶୁକ୍ରବାର ମେଗା ନିଯୁକ୍ତି ମେଳା ହେବ।  ୭ ଟି ବିଭାଗର ୧୨୯୪ ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ବାଣ୍ଟିବେ। ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରମୁଖ ଆଭିମୁଖ୍ୟ। ସେହି କ୍ରମରେ ଏକକାଳୀନ ୧୨ ଶହ ୯୪ ଜଣ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏହା ଆଧୁନିକ ଓଡ଼ିଶା ଇତିହାସର ଏକ ସ୍ମରଣୀୟ ଦିନ ହୋଇ ରହିବ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ୭ଟି ପ୍ରମୁଖ ବିଭାଗକୁ ନେଇ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। ଯାହା ଆମ ରାଜ୍ୟର ପ୍ରଗତିରେ ଏକ ମାଇଲଖୁଣ୍ଟ ହେବ।

ଓଡ଼ିଶା ସରକାରଙ୍କ ପ୍ରମୁଖ ୭  ବିଭାଗ ଯଥା- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ପଞ୍ଜାୟତିରାଜ ଓ ପାନୀୟ ଜଳ ବିଭାଗ, ଅବକାରୀ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ସର୍ବମୋଟ୍ ୧୨ ଶହ ୯୪ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଆଜି ମୋଟ୍ ୮୨୬ ଜଣ ସ୍ନାତକୋତ୍ତର ଶିକ୍ଷକ ବା ପିଜିଟି ନିଯୁକ୍ତି ପତ୍ର ଗ୍ରହଣ କରିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ

ମୋଟ୍ ୨୨୪ ଜଣଙ୍କୁ ନିଯୁକ୍ତି ଦିଆଯିବ, ଯେଉଁଥିରେ ୧୨  ଜଣ ସହକାରୀ ପ୍ରଧ୍ୟାପକ, ୪୬ ଡ୍ରଗ ଇନ୍ସପେକ୍ଟର, ୫ ଜଣ ଆୟୁର୍ବେଦିକ ସ୍ୱାସ୍ଥ୍ୟ ଅଧିକାରୀ, ୧୧୧  ଜଣ ନର୍ସିଂ ଅଫିସର୍, ୩୨  ଜଣ ବରିଷ୍ଠ ପ୍ରୟୋଗଶାଳା ସହାୟକ, ୬  ଜଣ କ୍ଲିନିକାଲ୍ ମନୋବିଜ୍ଞାନୀ, ୧୨  ଜଣ ମନସ୍ତତ୍ଵ ସାମାଜିକ କର୍ମୀ ରହିଛନ୍ତି । ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ୮୧ ଜଣ ଅଧ୍ୟାପକ ଷ୍ଟେଜ-୧ ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ । ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ ମୋଟ୍ ୬୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ, ଯେଉଁଥିରେ ୪୦ ଜଣ ମୋଟରଯାନ କନିଷ୍ଠ ଇନ୍ସପେକ୍ଟର ଓ ୨୩ ଜଣ ଟ୍ରାଫିକ୍ କନଷ୍ଟେବଳ ଅଛନ୍ତି । ଏଥିସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ୪୯ ଜଣ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଅବକାରୀ ବିଭାଗ ଅଧିନରେ ୩୨ ଜଣ ଅବକାରୀ ସବ୍ ଇନ୍ସପେକ୍ଟର, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ୧୦ ଜଣ କନିଷ୍ଠ ଷ୍ଟେନୋଗ୍ରାଫର, ଜଣେ ଫିଜିଓଥେରାପିଷ୍ଟ, ଜଣେ ମେଡିକାଲ୍ ସାମାଜିକ କର୍ମୀ, ୪ ଜଣ ଅପରେସନ୍ ଥିଏଟର ଟେକ୍ନିସିଆନ୍, ଜଣେ ସିଏସଏସଡ଼ି ଟେକ୍ନିସିଆନ, ଜଣେ ସିଏସଏସଡ଼ି ସହକାରୀ, ଜଣେ ଡାର୍କ ରୁମ୍ ସହକାରୀ ଭାବରେ ନିଯୁକ୍ତି ପାଇବେ ।

ନିଯୁକ୍ତି ମେଳା ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଓ ବିଭାଗୀୟ ସଚିବ ପ୍ରମୁଖ ମଧ୍ୟ ଉପସ୍ଥିତ ରହିବେ।

Tags: jobmohanmajhiodisha
ShareTweetShareSend
Sanchar Live

Sanchar Live

Next Post
ବର୍ଷା ପୂର୍ବରୁ ଡ୍ରେନ ସମସ୍ୟାର ସମାଧାନ: ମନ୍ତ୍ରୀ

ବର୍ଷା ପୂର୍ବରୁ ଡ୍ରେନ ସମସ୍ୟାର ସମାଧାନ: ମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.