ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି । ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡ । ପ୍ରଥମ ବର୍ଷ ଷ୍ଟାଇପେଣ୍ଡ ୩୧ ହଜାରରୁ ୪୮ ହଜାରକୁ ବୃଦ୍ଧି କରାଯାଇଥିବବେଳେ ଦ୍ବିତୀୟ ବର୍ଷ ଲାଗି ୩୨ ହଜାରରୁ ୫୨ ହଜାରକୁ ବୃଦ୍ଧି କରାଯାଇଛି । ତୃତୀୟ ବର୍ଷ ଲାଗି ୩୩ ହଜାରରୁ ୫୫ ହଜାରକୁ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି । ସେହିପରି ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ମଧ୍ୟ ବୃଦ୍ଧି ହୋଇଛି । ଯାହା ଗତ ଅଗଷ୍ଟ ପହିଲାରୁ ପିଚ୍ଛିଲା ଭାବେ ଲାଗୁହେବ । ଆୟୁର୍ବେଦ ଓ ହୋମିଓପାଥିକ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ।
