ସରକାରଙ୍କ ବଡ଼ ନିଷ୍ପତି। ବୃଦ୍ଧି ହେଲା ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ। ମନ୍ତ୍ରୀ, ଅଫିସର ଓ VVIP ବ୍ୟବହାର କରୁଥିବା ଘରୋଇ ଗାଡ଼ି ଭଡ଼ା ବୃଦ୍ଧି କରାଯାଇଛି । ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରି ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ବୁଧବାର ଏକ ନୋଟିସ୍ ପ୍ରକାଶ ପାଇଛି।
ପ୍ରାୟ ୬ ବର୍ଷ ପରେ ଭଡ଼ା ସଂଶାଧନ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ଏବେ ବୃଦ୍ଧି ପରେ ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ ୫୦,୪୦୦ ଟଙ୍କା ହୋଇଛି। ସେହିପରି ଜିଲାପାଳ, ଏସ୍ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ବ୍ଲକ, ତହସିଲ, ଫିଲ୍ଡ ଅଫିସ୍ ଗାଡ଼ି ଖର୍ଚ୍ଚ ୩୭ ହଜାର ୨୦୦କୁ ବୃଦ୍ଧି ହୋଇଛି । ପ୍ରମୁଖ ସଚିବଙ୍କ ୩୬ ହଜାର ଏବଂ ସ୍ବତନ୍ତ୍ର ସଚିବଙ୍କ ଗାଡ଼ି ଖର୍ଚ୍ଚ ୩୧ ହଜାର ୨୦୦କୁ ବୃଦ୍ଧି କରାଯାଇଛି ।