ଭୁବନେଶ୍ୱର : ଚାଲିଛି ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ-୨୦୨୫ । ତେବେ ଆଜି ଦ୍ବିତୀୟ ଦିନ ମହିଳା ନିବେଶକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ୍ ପାର୍କ କରିବେ ରାଜ୍ୟ ସରକାର। ଏଥିସହ ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ସେଲ । ମହିଳା ନିବେଶକଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ମହିଳା ଶିଳ୍ପ ଉଦ୍ୟୋଗୀଙ୍କୁ ନେଇ ରାଉଣ୍ଡ ଟେବୁଲ ବୈଠକରେ ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିରେ ରୁଚି ଫୁଡ୍ ଲାଇନ, ମିଲକ୍ ମନ୍ତ୍ର, ଲୁମିନସ ପାୱାର, ଜିଭାଦା ଭେଞ୍ଚରସ, ଇନଡଲଜ ପ୍ରାଇଭେଟ୍ ଲିମିଟେଡ ଭଳି ଓଡ଼ିଶାର କମ୍ପାନୀର ମୁଖ୍ୟ ଯୋଗ ଦେଇଥିଲେ । ସଫଳ ମହିଳା ଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରଥିଲେ । ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛି । ଫଳରେ ମହିଳା ମାନେ ବ୍ୟବସାୟ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।