ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଜନ୍ମମାଟିରେ ଦୀପାବଳି ପାଳନ କରିବେ।
ଗାଁରେ ପରିବାର ଏବଂ ଗାଁ ଲୋକଙ୍କ ଗହଣରେ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦୀପାବଳି ପାଳନ କରିବେ। ଦୀପାବଳିରେ ଆଦିବାସୀମାନେ ସୋହରାଇ ପୂଜା କରିଥାନ୍ତି । ମୁଖ୍ୟମନ୍ତ୍ରୀ ଗାଁରେ ଦୀପାବଳି ଅବସରରେ ଏହି ପୂଜାରେ ସାମିଲ ହେବେ ।
ସୂଚନାଯୋଗ୍ୟ, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରର ମୋହନ ଚରଣ ମାଝୀ ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଦୀପାବଳି ଅବସରରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର ହୋଇ ଜ୍ଞାନର ଅଭ୍ୟୁଦୟ ହେଉ ଏତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା ।