Thursday, May 21, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କକ୍ରୋଚ୍ ଜନତା ପାର୍ଟି, ବଡ଼ ରାଜନୈତିକ ପଡିଲେ ପଛରେ…

Sanchar Live by Sanchar Live
May 21, 2026
in ଭାରତ
0
କକ୍ରୋଚ୍ ଜନତା ପାର୍ଟି, ବଡ଼ ରାଜନୈତିକ ପଡିଲେ ପଛରେ…
0
SHARES
22
VIEWS
FacebookTwitter

ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି କକ୍ରୋଚ୍ ଜନତା ପାର୍ଟି । ମାତ୍ର ୩ ଦିନ ମଧ୍ୟରେ ଲକ୍ଷେ ନୁହେଁ ବରଂ ୬୨ ଲକ୍ଷ ଫଲୋର୍ସ କରିବା କୌଣସି ସାଧାରଣ କଥା ନୁହେଁ । ଆଶ୍ଚର୍ଯ୍ୟର କଥା ହେଉଛି ଯେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫଲୋର୍ସ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯଦି ଏଭଳି ଭାବେ ଏହାର ଫଲୋର୍ସ ସଂଖ୍ୟା ବଢିଚାଲେ ତେବେ କୌଣସି ଭାରତୀୟ ପଲିଟିକାଲ୍ ପାର୍ଟି ଅପେକ୍ଷା ଏହା ଅଧିକ ହେବ । ଯାହା ଆଉ ବେଶୀ ଦୂର ନୁହେଁ ।

ଇନଷ୍ଟାଗ୍ରାମ ପେଜରେ ଏମାନଙ୍କ ଭିଡିଓ ୫୦ ଲକ୍ଷରୁ ଆରମ୍ଭ କରି ୧କୋଟି ପର୍ଯ୍ୟନ୍ତ ଭ୍ୟୁ ପାର୍ କରୁଛି । ସବୁଠୁ ବଡ଼ ପ୍ରଶ୍ନ ଯେ ଏତେ କମ୍ ଦିନରେ ପେଜ୍ କେମିତି ଏତେ ଭାଇରାଲ ହେଉଛି । ଏଥିରେ ପ୍ରକୃତରେ ଲୋକ ଅଛନ୍ତି ନା କୌଣସି ହେରଫେର ଚାଲିଛି ବୋଲି ପ୍ରଶ୍ନ ମଧ୍ୟ ଉଠୁଛି ।

ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମର ସମ୍ପୂର୍ଣ୍ଣ ସିଷ୍ଟମ୍ ଆଲଗୋରିଦିମ୍ ଉପରେ ଚାଲୁଛି । ଯଦି କୌଣସି କଣ୍ଟେଣ୍ଟ ଆରମ୍ଭରୁ ତୀବ୍ର ଗତିରେ ଲାଇକ୍, ସେୟାର ଏବଂ କମେଣ୍ଟ ପାଏ ତେବେ ଇନଷ୍ଟାଗ୍ରାମ ତାକୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚାଏ । ଯାହାକୁ ଠିକ୍ ଭାବେ ସଫଳ କରିଛି କକ୍ରୋଚ୍ ଜନତା ପାର୍ଟି । ସେମାନଙ୍କ ଭିଡିଓ ଛୋଟ ହେଲେ ମଧ୍ୟ ସିଧାସଳଖ ହୃଦୟକୁ ଛୁଇଁଥାଏ । ଏଥିରେ ରାଗ, କମେଡି ଏବଂ ହତାଶା ରହିଛି। ଯାହା ସବୁଠାରୁ ଶୀଘ୍ର ଭାଇରାଲ ହୋଇଥାଏ ।

ଏହି ପେଜରେ Gen Z ଭାଷାର ବ୍ୟବହାର କରୁଛି । କଠିନ ଭାଷା ବଦଳରେ ସିମ୍ପଲ୍ ମିମ୍ସ, ସର୍କାଷ୍ଟିକ୍ ଭିଡିଓ ଏବଂ ରିଲେଟେବଲ୍ ରିଲ୍ସ ପକାଇଥାଏ । ବେରୋଜଗାରୀ ସିଷ୍ଟମ ବିରୋଧରେ କ୍ରୋଧ ଏବଂ ହତାଶା ଲୋକମାନଙ୍କୁ ମଜାକିଆ ଢଙ୍ଗରେ ଦେଖାଯାଇଛି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ କକ୍ରୋଚ୍ ଜନତା ପାର୍ଟି କୌଣସି ପଲିଟିକାଲ ପାର୍ଟି ନୁହେଁ । ଏହା ଅଭିଜିତ ନାମକ ଜଣେ ଯୁବକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏକ ଧାରଣା ଏବଂ ଅଭିଯାନ। ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ ଜେରା ସମୟରେ ଯୁବକଙ୍କୁ କକ୍ରୋଚ୍ କୁହାଯାଇଥିବା ଅଭିଯୋଗ ହୋଇଛି । ଏହା ପରେ ତୁରନ୍ତ ରିଲ୍ସ ହେବା ଆରମ୍ଭ ହୋଇଥିଲା ଏବଂ ତାର ନାଁ କକ୍ରୋଚ୍ ପାର୍ଟି ରଖାଯାଇଥିଲା ।

କକ୍ରୋଚ୍ ପାର୍ଟିର ୱେବସାଇଟ୍ AI ଜରିଆରେ କରାଯାଇଛି । ଯିଏ ଏହାକୁ ବନାଇଥିଲେ ସେ କହିଛନ୍ତି ଯେ, ୱେବସାଇଟକୁ ଯାଇ ଲୋକ ରେଜିଷ୍ଟର କରି କକ୍ରୋଚ୍ ପାର୍ଟିରେ ସାମିଲ ହୋଇପାରିବେ । ଯେତେବେଳେ ଲୋକମାନେ ନିଜକୁ କଣ୍ଟେଣ୍ଟରେରେ ଦେଖନ୍ତି, ସେମାନେ କେବଳ ଭିଡିଓ ଦେଖନ୍ତି ନାହିଁ ବରଂ ସେୟାର ମଧ୍ୟ କରନ୍ତି । ଫଳରେ ସେମାନଙ୍କର ଭିଡିଓଗୁଡ଼ିକ ଚେନ୍ ରିଆକ୍ସନ୍ ଭଳି ବ୍ୟାପିଯାଇଥାଏ ।

ଯେତେବେଳେ କୌଣସି ପେଜ ଭାଇରାଲ ହୁଏ ସେତେବେଳେ କେବଳ ଭିଡିଓ ଭାଇରାଲ ହୋଇନଥାଏ ପୁରା ପେଜ୍ ଗ୍ରୋ କରିଥାଏ । ଗୋଟିଏ ପରେ ଗୋଟିଏ କଣ୍ଟେଣ୍ଟ ହିଟ୍ ହେବା ଯୋଗୁଁ ପେଜ୍ ୩ ଦିନ ମଧ୍ୟରେ ଫଲୋଅର୍ସ ସଂଖ୍ୟା ବଢିବା ସମ୍ଭବ ହୋଇପାରିଲା । ଯେତେବେଳେ ସମାନ ଜିନିଷ ବିଭିନ୍ନ ପ୍ଲାଟଫର୍ମରେ ଟ୍ରେଣ୍ଡିଂ ଆରମ୍ଭ କରେ, ଇନଷ୍ଟାଗ୍ରାମ ଆଲଗୋରିଦମ ଏହାକୁ ଆହୁରି ଆଗକୁ ବଢାଇଥାଏ। ଏହାକୁ କ୍ରସ୍-ପ୍ଲାଟଫର୍ମ ଭାଇରାଲ୍ କୁହାଯାଏ । ଏହି ପେଜ୍ ତାର କଣ୍ଟେଣ୍ଟ ପାଇଁ ଖୁବ୍ ଭାଇରାଲ ହୋଇପାରୁଛି ।

ଏବେ ଆଲୋଚନା ହେଉଛି ଯେ, ଯଦି ଏପରି ଏହି ପେଜ୍ ଆଗକୁ ବଢେ ତେବେ ସୋସିଆଲ ମିଡିଆରେ ଏହା ରାଜନୈତିକ ଦଳକୁ ପଛରେ ପକାଇପାରେ ।

Tags: Cjpindia
ShareTweetShareSend
Sanchar Live

Sanchar Live

Next Post
ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା

ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅପରାଧିମାନଙ୍କୁ ଦକ୍ଷିଣାଞ୍ଚଳ ଆଇଜିଙ୍କ ଚେତାବନୀ
  • ଆଜି ଦିଲ୍ଲୀରେ ବସିବ ମନ୍ତ୍ରୀ ପରିଷଦ ବୈଠକ
  • ପୁଣି ବଢିଲା ସୁନା – ରୂପା ଦାମ
  • ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା
  • କକ୍ରୋଚ୍ ଜନତା ପାର୍ଟି, ବଡ଼ ରାଜନୈତିକ ପଡିଲେ ପଛରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.