ସଂଚାର ବ୍ୟୁରୋ: ରାଜଧାନୀରେ ସିଭିଲ ଡିଫେନ୍ସର ତାଲିମ ଶିବିର । ଯୁଦ୍ଧ ଭଳି ସ୍ଥିତି ଉପୁଜିଲେ ସିଭିଲ ଡିଫେନ୍ସ କିଭଳି ସାଧାରଣ ଜନତାଙ୍କ ରକ୍ଷା କରିପାରିବ ସେ ନେଇ ହୋଇଛି ମକ ଡ୍ରିଲ । ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ସଚେତନତା ଓ ସୁରକ୍ଷା ଦିଗରେ ସିଭିଲ ଡିଫେନ୍ସ ଭଲ୍ୟୁଣ୍ଟରଙ୍କ କାର୍ଯ୍ୟକଳାପ କିପରି ରହିବ ସେ ନେଇ ତାଲିମ ଦିଆଯାଇଥିଲା । ମୁଖ୍ୟତଃ ଯୁଦ୍ଧ ସମୟରେ ଶତ୍ରୁପକ୍ଷ ର ବିମାନ ଓ ଡ୍ରୋନ ଆକ୍ରମଣରେ ସାଧାରଣ ଜନତାଙ୍କ ଜନଜୀବନର ସୁରକ୍ଷା ଓ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ୬ ଦିନିଆ କର୍ମଶାଳାକୁ ଅଗ୍ନିଶମ ଓ ସିଭିଲ ଡିଫେନ୍ସର ନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଉଦଘାଟନ କରିଥିଲେ ।
ଡିଆଇଜି ଉମାଶଙ୍କର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବରମୁଣ୍ଡା ଓଡ଼ିଶା ଅଗ୍ନିଶମ ଗ୍ରାଉଣ୍ଡରେ NDRF ପକ୍ଷରୁ ଡେମୋ ଦେଖାଯାଇଥିଲା । ଯୁଦ୍ଧ ସମୟରେ ମାନସିକ ସ୍ତରରେ କ୍ଷତିଗସ୍ତଙ୍କୁ ସାହାଯ୍ୟ, ପ୍ରାଥମିକ ଚିକିତ୍ସା, ମୃତ ଶରୀରର ସୁରକ୍ଷା ଓ ଉଦ୍ଧାର, ରିଲିଫ ସହ ଯୁଦ୍ଧ ସତର୍କବାଣୀ ପ୍ରଣାଳୀ ସମ୍ପର୍କରେ ଅବଗତ କରାଯାଇଥିଲା । ଏହାସହ ବିସ୍ଫୋରକର ଅନୁସନ୍ଧାନ, ଜଳର ବିଶୁଦ୍ଧିକରଣ, ମହିଳା ଓ ଶିଶୁଙ୍କ କିଭଳି ସୁରକ୍ଷା କରାଯିବ ସେ ନେଇ ଦେଖାଯାଇଥିଲା ଡେମୋ ।