ଆଜିକାଲି ସିଗାରେଟ୍ ଟାଣିବା ଏତେ ସାଧାରଣ ହୋଇଗଲାଣି ଯେ, ଏହା ଆଉ କେବଳ ବୟସ୍କମାନଙ୍କ ମଧ୍ୟରେ ସୀମିତ ହୋଇ ରହି ନାହିଁ । ଷ୍ଟାଇଲ୍, ଚିନ୍ତା କିମ୍ବା ସାଥୀଙ୍କ ସହ ପଡି କମ୍ ବୟସ୍କ ଯୁବକମାନେ ମଧ୍ୟ ଏହା ଟାଣିବା ଆରମ୍ଭ କରିଦେଇଛନ୍ତି । ପ୍ରାରମ୍ଭରେ ଏହି ଅଭ୍ୟାସ ସାମାନ୍ୟ ମନେହେଉଥିଲା ବେଳେ, ପରେ ଏହା ଧୀରେ ଧୀରେ ଏହା ଶରୀର ଏବଂ ମନ ଉଭୟକୁ ଭିତରୁ ଦୁର୍ବଳ କରିଦେଇଥାଏ ।
ଖାଲି ଏତିକି ନୁହେଁ ଧୂମପାନ ଫୁସଫୁସ, ହୃଦୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପକାଇଥାଏ। ଅନେକ ଲୋକ ଧୂମପାନ ଛାଡ଼ିବାକୁ ଚାହାଁନ୍ତି, କିନ୍ତୁ ବାରମ୍ବାର ତାହା କରିବାରେ ବିଫଳ ହୁଅନ୍ତି। କାରଣ ନିକୋଟିନ୍ ମସ୍ତିଷ୍କକୁ ବାରମ୍ୱାର ଏହି ଆଦତର ଦାସ କରିଦେଇଥାଏ। ତେଣୁ, ଧୂମପାନ ଛାଡ଼ିବା କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ। ସିଗାରେଟ୍ର ନିଶା ସମସ୍ତଙ୍କୁ ସମାନ ଭାବରେ ପ୍ରଭାବିତ କରେ ନାହିଁ। ଗବେଷଣାରୁ ଜଣାପଡିଛି ଯେ କିଛି ଲୋକଙ୍କ ପାଖରେ ଏପରି ଜିନ୍ ଅଛି ଯାହା ସେମାନଙ୍କୁ ନିକୋଟିନ୍ ପାଇଁ ଅଧିକ ଆଗ୍ରହୀ କରିଥାଏ। ଏହି ବ୍ୟକ୍ତିମାନେ ଧୂମପାନ ଛାଡିବା ସମୟରେ ଅଧିକ ଚିନ୍ତା, ଚିଡ଼ଚିଡ଼ା ଏବଂ ମୁଣ୍ଡବିନ୍ଧା ଆଦି ଲକ୍ଷଣ ଅନୁଭବ କରିପାରନ୍ତି।
ଏହା ବ୍ୟତୀତ ଚିନ୍ତା, ନିଦ ଅଭାବ, କାମର ଚାପ ଏବଂ ଏକ ଖରାପ ଜୀବନଶୈଳୀ ମଧ୍ୟ ଧୂମପାନ ଛାଡିବାକୁ ବାଧା ସୃଷ୍ଟି କରିପାରେ। ଏହି କାରଣରୁ କିଛି ଲୋକ ଏହି ଆଦତ୍ ସାଙ୍ଗେସାଙ୍ଗେ ଛାଡିପାରୁଥିଲେ ମଧ୍ୟ, ଅନେକ ଲୋକ ଏପରି ନିଶା ଛାଡିବାକୁ ବହୁତ ସଂଘର୍ଷ କରିଥାନ୍ତି। ତେବେ, ଉପଯୁକ୍ତ ଚିନ୍ତାଧାରା ଏବଂ ଧୀର ପରିବର୍ତ୍ତନ ସହିତ ଏହି ଅଭ୍ୟାସକୁ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରଣ କରାଯାଇପାରିବ।
ଯଦି ଆପଣ ସାଗାରେଟ୍ ଛାଡିବାକୁ ଚାହୁଁଛନ୍ତି, ତେବେ ଏହାକୁ ଅଚାନକ ବନ୍ଦ କରିବା ସ୍ଥାନରେ ଧିରେଧିରେ ଏହାର ଆଦତ୍ କମ କରିବାକୁ ଚେଷ୍ଟା କରନ୍ତୁ । କ୍ରେଭିଂକୁ କମ କରିବାକୁ ଆପଣ ନିକୋଟିନ ଗମ କିମ୍ୱା ପ୍ୟାଚର ବ୍ୟବହାର କରିପାରିବେ । ସିଗାରେଟ୍ ଟାଣିବାର ଟ୍ରିଗର ପଏଣ୍ଟ ଯଥା ଖାଦ୍ୟ କାଇବା ପରେ କିମ୍ୱା ଅଧିକ ଟେନସନ ନେବା ସମୟରେ ନିଜକୁ ଅନ୍ୟକାମରେ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଅଦିକ ପାଣି ପିଇବା ସହ ଜୋରରେ ଜୋରରେ ନିଶ୍ୱାସ ନେବାକୁ ଚେଷ୍ଚା କରନ୍ତୁ । ଏହି ଆଦତରୁ ବଞ୍ଚିବା ପାଇଁ ନିଜକୁ ଛୋଟଛୋଟ ଲକ୍ଷ ପ୍ରଦାନ କରନ୍ତୁ । ସଫଳତା ହାସଲ କରିବା ପରେ ନିଜେ ନିଜକୁ ଟ୍ରିଟ୍ ପ୍ରଦାନ କରନ୍ତୁ ।
ଯୋଗ ଏବଂ ଧ୍ୟାନ କରିଲେ ଏହା ଧୂମପାନ ଛାଡିବାରେ ବହୁତ ସହାୟକ ହୋଇଥାଏ। ଏଣୁ ପ୍ରତିଦିନ ସକାଳେ ସୂର୍ଯ୍ୟ କିରଣରେ ବସି ଗଭୀର ନିଶ୍ୱାସ ନେବା ଫୁସଫୁସକୁ ଶକ୍ତିଶାଳୀ କରିଥାଏ ଏବଂ ମନକୁ ଶାନ୍ତ କରିଥାଏ। ହାଲୁକା ବ୍ୟାୟାମ ଏବଂ ଚାଲିବା ଦ୍ୱାରା ଆପଣଙ୍କ ଶରୀରରୁ ଚାପ ହ୍ରାସ କରିଥାଏ, ଯାହା ଫଳରେ ସିଗାରେଟ୍ ଟାଣିବା ପାଇଁ ଇଚ୍ଛା କମିଥାଏ। ଏହା ସହିତ, ଆପଣ ସୁସ୍ଥ ଖାଦ୍ୟ ଗ୍ରହଣ କରିବାର ଅଭ୍ୟାସ ଆରମ୍ଭ କରନ୍ତୁ ଏବଂ ଜଙ୍କ୍ ଫୁଡ୍ ଭଳି ଖାଦ୍ୟକୁ ଛାଡି ଦିଅନ୍ତୁ। ଏହାଛଡା ଏକ ଭଲ ନିଦ ଏବଂ ସକାରାତ୍ମକ ଚିନ୍ତାଧାରା ଧୂମପାନ ଛାଡିବା ସହଜ କରିଥାଏ।
ମନେରଖନ୍ତୁ, ଯଦି ଆପଣ ଦୃଢ଼ ସଂକଳ୍ପରେ ରହିବେ, ତେବେ ଏହି ନିଶା ଆପଣଙ୍କ ଜୀବନରେ ପ୍ରାଧାନ୍ୟତା ନେଇପାରିବ ନାହିଁ, ଏବଂ ଆପଣ ଏହି ବିପଦପୂର୍ଣ୍ଣ ନିଶାରୁ ଆପଣଙ୍କ ଜୀବନକୁ ରକ୍ଷା କରିପାରିବେ। ଏଣୁ ନିଜେ ସାବଧାନ ରୁହନ୍ତୁ, ଆଉ ନିଜ ପରିଜନମାନଙ୍କୁ ଏ ଦିଗରେ ସଚେତନ କରନ୍ତୁ।
