ସଂଚାର ବ୍ୟୁରୋ: ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଉଦ୍ଧାର ହେଲା କଟକରୁ ଚୋରି ଶିଶୁ । ଶିଶୁକୁ ଉଦ୍ଧାର ସହ ପିଲାଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ । କଟକ ସଦର ଥାନା ଅଞ୍ଚଳରୁ ଏକ ପିଲାକୁ ଚୋରି କରାଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରି ପିଲାଟି ଦଶପଲ୍ଲା ଅଞ୍ଚଳରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏସଆଇ ପ୍ରଶାନ୍ତ ସାସମଲଙ୍କ ନେତୃତ୍ଵରେ ଏକ ଟିମ୍ ନୟାଗଡ଼ ଯାଇ ପିଲାକୁ ଉଦ୍ଧାର କରିଛି । ମାମଲାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ପିଲାଟିକୁ କାହିଁକି ଚୋରି କରାଯାଇଥିଲା । ଏଥିଲେ ପିଲାଚୋର ଗ୍ଯାଙ୍ଗର ସଂପୃକ୍ତି ରହିଛି କି ନାହିଁ । ସେନେଇ ଅଧିକ ତଦନ୍ତ କରାଯାଉଛି । ତଦନ୍ତ ପରେ ସବିଶେଷ ତଥ୍ଯ ଦିଆଯିବ ବୋଲି ପୋଲିସ ସୂଚନା ଦେଇଛି ।