ଲାଟିନ୍ ଭିତରେ ଫସିଲା ୪ ବର୍ଷର ନାବାଳିକା । ଦୁଇଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏପରି ଘଟଣା ଦେଖିବାକୁ ମିଳିଛି ବୁର୍ଲା ଭୀମସାର ଅଞ୍ଚଳରେ । ଉଦ୍ଧାର ପରେ ନାବାଳିକାକୁ ଭୀମସାର ରେ ଭର୍ତ୍ତି କରାଯାଇଛି । ୪ ବର୍ଷର ନାବାଳିକା ଝିଅଟି ଟଏଲେଟ ଭିତରକୁ ଚାଲିଯାଇଥିଲା । ତେବେ ହଠାତ ଖସିଯିବାରୁ ସେ ଲେଟ୍ରିନ ଭିତେର ଫସି ଯାଇଥିଲା । ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ୨ ଘଣ୍ଟାର ପରିଶ୍ରମ ପରେ ଝିଅଟିକୁ ଉଦ୍ଧାର କରାଯାଇଛି । ସେପଟେ କିପରି ଝିଅଟି ଟଏଲେଟ ଭିତରକୁ ଯାଇଥିଲା ସେନେଇ ତଦନ୍ତ କରୁଛି ପୋଲିସ୍ ।