ସଂଚାର ବ୍ୟୁରୋ: ଗଲା ଆଉ ଜଣଙ୍କ ଜୀବନ । ଚିକିଟି ମଦ ବିଭୀଷିକା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ । ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ କରବାଲୁଆର ଗାଁର ବାୟା ସେଠୀ । ତାଙ୍କୁ ମିଶାଇ ମଦ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ମଦ ପିଇ ଗୁରୁତର ହେବା ପରଠାରୁ ଏମକେସିଜିରେ ଆଇସିୟୁରେ ବାୟା ସେଠୀଙ୍କର ଚିକିତ୍ସା ଚାଲିଥିଲା ।
ଚିକିତ୍ସାଧିନ ଅବସ୍ଥାରେ ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ବାୟାଙ୍କ ପୂବର୍ରୁ ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଏବେ ବି ଏହି ଘଟଣାରେ ଏମକେସିଜିର ଆଇସିୟୁରେ ଆହୁରି ୩ ଜଣଙ୍କ ଚିକିତ୍ସା ଚାଲିଛି ।
ସୂଚନାଯୋଗ୍ୟ, ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଆକ୍ରାନ୍ତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୪ ଜଣ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଇସିୟୁରେ ୨ ଜଣ ଭର୍ତ୍ତି ହୋଇଥିଲେ।