ସଂଚାର ବ୍ୟୁରୋ: ୧୦ ଦିନର ଜୀବନ ମରଣ ସହ ସଂଘର୍ଷ ପରେ ଆଖିବୁଜିଲେ ୩ ବର୍ଷର ଶିଶୁ ଚେତନା। ରାଜସ୍ଥାନର ସାରୁନ୍ଦ ଅନ୍ତର୍ଗତ କୋଟପୁତଲିରେ ବୋରୱେଲରେ ଫସିଥିବା ୩ ବର୍ଷର ଶିଶୁ ଚେତନା ମୃତ୍ୟୁବରଣ କରିଛନ୍ତି । ବୋଲଓ୍ବେଲରୁ ତାଙ୍କୁ ଉଦ୍ଧାର ପରେ ମୃତ ଘୋଷଣା କଲେ ଡାକ୍ତର । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ରେସକ୍ୟୁ ଟିମ୍ । ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲେ ସ୍ଵତନ୍ତ୍ର ଟିମ ବା ରାଟ୍ ମାଇନର । ଗତ ୨୩ ତାରିଖରେ ୭୦୦ ଫୁଟ ଗଭୀର ନଳକୂପରେ ଖସିଯାଇଥିଲା ଚେତନା । ସେ ୧୫୦ ଫୁଟରେ ଲାଗିଥିବା ସୂଚନା ମିଳିଥିଲା । ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ରାଟ୍ ମାଇନରମାନେ ବିଶେଷ କରି ମେଘାଳୟରେ ବସବାସ କରିଥାନ୍ତି। ସେମାନେ ଅତି କ୍ଷୁଦ୍ର ଗର୍ତ୍ତ ଖୋଳି ଭିତରେ ପଶିବାର କୌଶଳ ହାସଲ କରିଥାନ୍ତି ।